ଫାଷ୍ଟ ଫୁଲବାଣୀ କପ ୨୦୨୨-୨୩ ଉଦଯାପିତ…

ଫୁଲବାଣୀ : ଗତ ଡିସେମ୍ବର ମାସ ୨୪ ୨୦୨୨ ତାରିଖରୁ ଆରମ୍ଭ ହୋଇ ଥିବା ଫାଷ୍ଟ ଫୁଲବାଣୀ କପ ୨୦୨୨-୨୩ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ତଥା କନ୍ଧମାଳ ପିପୁଲ୍ସ ଫୋରମର ସଭାପତି ରାଧାମୋହନ ମହାପାତ୍ର ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଖେଳରେ ହାର ଜିତ ସର୍ବଦା ଲାଗି ରହିଥାଏ l ତେଣୁ କୌଣସି ଦଳ ହାରିଲେ ଦୁଃଖ ପ୍ରକାଶ ନ କରି ବରଂ ଜିତିବା ପାଇଁ ପ୍ରୟାସ ଜାରି ରଖିବା ଜରୁରୀ ବୋଲି କହିଥିଲେ l ଏହା ଦ୍ଵାରା ଖେଳାଳି ମାନଙ୍କ ମଧ୍ୟରେ ତିକ୍ତତା ନ ଦେଖାଦେଇ ବରଂ ଭାଇଚାରା ସୃଷ୍ଟି ହୋଇ ପାରିବ ବୋଲି ମଧ୍ଯ ବକ୍ତବ୍ୟ ରଖିଥିଲେ l ଅନ୍ୟତମ ଅତିଥି ଭାବେ ଆଇନଜୀବୀ ତଥା ସାମ୍ବାଦିକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ବିଭିନ୍ନ ବ୍ଳକ ରୁ ଭାଗ ନେଇଥିଲେ l ଉଦଯାପନୀ ତଥା ଫାଇନାଲ ମ୍ୟାଚରେ ଆଭେଞ୍ଜର୍ସ ଏବଂ ଓଡିଶା ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଭେଞ୍ଜର୍ସ ଓଡିଶା ପୋଲିସକୁ ହରାଇ ଫୁଲବାଣୀ କପ ୨୦୨୨-୨୩ ର ବିଜେତା ହୋଇଥିଲା l ବିଜେତା ଦଳକୁ ଟ୍ରଫି ସହ ନଗଦ୧୭ ହଜାର ଏବଂ ରନର୍ସ ଦଳକୁ ଟ୍ରଫି ସହ ୧୫ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଛି l ସେହିପରି ମ୍ୟାନ ଅଫ ଦ ମ୍ୟାଚ ଆଭେଞ୍ଜର୍ସ ଦଳର ରକି ହୋଇଥିବା ବେଳେ ମ୍ୟାନ ଅଫ ଦ ସିରିଜ ଭାବେ ଓଡିଶା ପୋଲିସ ଦଳର ମଣ୍ଟୁ ଘୋଷିତ ହୋଇଥିବା ଆୟୋଜକ ଦଳ ପକ୍ଷରୁ ସୂଚନା ଦେଇଛନ୍ତି l ଉକ୍ତ ଟୁର୍ଣ୍ଣାମେଣ୍ଟକୁ ପିଙ୍କ ଡ୍ରାଗନ ଫୁଲବାଣୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l

nis-ad
Leave A Reply

Your email address will not be published.