ତାଣ୍ଡବାଇ ଗ୍ରାମରେ ବିଏସଏଫ ୧୪୨ ବାଟାଲିଆନ ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ଗ୍ରାମଠାରେ ଆଜି ସକାଳ ୧୦ ଘଣ୍ଟିକା ସମୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଯତ୍ନରେ ଏମ୍ ଭି ୭୯ ଗ୍ରାମ ସ୍ଥିତ ବି ଏସ ଏଫ ୧୪୨ ବାଟାଲିଆନ ର କୋମଣ୍ଡେଟ ଅଫିସର ଶ୍ରୀ ରାଜପାଲ ସିଂ ଙ୍କ ନେତୃତ୍ୱରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅୟୋଜନ ସହ ସ୍ଥାନୀୟ ଲୋକ ଙ୍କ ସହ ବନ୍ଧୁତା ସ୍ଥାପନ କରିବା ଉଦ୍ଦେଶ୍ୟରେ ଏକ ସ୍ୱାସ୍ଥ୍ୟ ଶିବିର ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ବିତରଣ,ସ୍ୱାସ୍ଥ୍ୟ ପରୀକ୍ଷା ତଥା ସ୍ଥାନୀୟ ଆଦିବାସୀ ବାଳିକା ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ କୁ ଦୃଷ୍ଟି ରେ ରଖି ସାନିଟେରୀ ପ୍ୟାଡ଼ ବଣ୍ଟନ କରାଯାଇଛି । ଏହି ସ୍ୱାସ୍ଥ୍ୟ ଶିବିରରେ ୭୪୧ ଜଣ ହିତାଧିକାରୀ ଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରା ଯାଇଥିଲା । ବିଏସଏଫ ଙ୍କ ଏପରି କାର୍ଯ୍ୟକୁ ତାଣ୍ଡବାଇ ସରପଞ୍ଚ ସତ୍ୟ ମାଡକାମୀ ଏବଂ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।

nis-ad
Leave A Reply

Your email address will not be published.