୧୧୩ ଥର ସୁରକ୍ଷା ପ୍ରୋଟୋକଲ ଭାଙ୍ଗିଲେଣି ରାହୁଲ ଗାନ୍ଧି : ସିଆରପିଏଫ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭାରତ ଯୋଡ଼ୋ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ଅନେକ ଥର ସୁଚକ୍ଷା ପ୍ରୋଟୋକଲ ଭାଙ୍ଗିଛନ୍ତି । ଡିସେମ୍ବର ୨୪ରେ ରାହୁଲ କରିଥିବା ପଦଯାତ୍ରାରେ ସେ ବାରମ୍ବାର ସୁଚକ୍ଷା ପ୍ରୋଟୋକଲ ଭଙ୍ଗ କରିଛନ୍ତି। କେନ୍ଦ୍ରର ଅର୍ଦ୍ଧସାରମରିକ ବଳ ପକ୍ଷରୁ ଜାରି ଏକ ବିବୃତ୍ତିରେ ଏହା କୁହାଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ କେସି ଭେନିଗୋପାଲ କେନ୍ଦ୍ର ଗୃହମମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ରାହୁଲ ଳଗାନ୍ଧିଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଚଠି କରିଥିଲେ। ଏହି ଚିଠି ପରେ କେନ୍ଦ୍ରର ଅର୍ଦ୍ଧସାମରିକ ବଳ ପକ୍ଷରୁ ଏହାର ସ୍ପଷ୍ଟୀକରଣ ରଖାଯା‌ଇଛି। ଚିଠିରେ ରାହୁଲ ଗାନ୍ଧିଙ୍କୁ ସୁରକ୍ଷା ପ୍ରଦାନ କରିବାରେ ଦିଲ୍ଲୀ ପୁଲି ଅବହେଳା କରୁଛି।

ଯେତେବେଳେ ଭାରତଯୋଡ଼ୋ ଯତ୍ରା ଦିଲ୍ଲୀ ପ୍ରବେଶ କରିଥିଲା ଦିଲ୍ଲୀ ପୁଲିସ ସୁରକ୍ଷା ଯୋଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଦର୍ଶାଯାଥିଲା। କଂଗ୍ରେସ ନେତାଙ୍କ ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛି ସିଆରପିଏଫ। ରାହୁଲ ଗାନ୍ଧିଙ୍କ ସୁରକ୍ଷା ବ୍ୟବସ୍ଥା ସିଆରପିଏଫ ପକ୍ଷରୁ ଯୋଗାଇ ଦିଆଯାଇଛି। ରାଜ୍ୟ ପୁଲିସର ସହଯୋଗରେ କେନ୍ଦ୍ରୀୟ ସୁରକ୍ଷାବଳ ତାଙ୍କ ନିରାପତ୍ତା ଉପରେ ଯଥେଷ୍ଟ ନିଘା ରଖିଛନ୍ତି। ତାଙ୍କ ପାଇଁ ଯଥେଷ୍ଟ ପୁଲିସ କର୍ମଚାରୀ ନିୟୋଜିତ କରାଯାଇଛି। ତାଙ୍କ ସୁରକ୍ଷାରେ ଆଦୌ ତ୍ରୁଟି କରାଯାଇ ନାହିଁ।
ତେବେ ଡିସେମ୍ବର ୨୪ରେ ହୋଇଥିବା ରାଲିରେ ରାହୁଲ ବାରମ୍ବାର ସୁରକ୍ଷା ପ୍ରୋଟୋକଲ ଭଙ୍ଗ କରିଥିବା ସିଆରପିଏଫ କହିଛି। ୨୦୨୦ଠାରୁ ରାହୁଲ ଗାନ୍ଧି ୧୧୩ ଥର ସୁଚକ୍ଷା ପ୍ରୋଟୋକଲ ଭାଙ୍ଗିଥିବା ସିଆରପଥଏଫ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଏକାଧିକ ତ୍ରୁଟି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ରାହୁଲ ଗାନ୍ଧି ଜେଡ୍‌+ ସୁରକ୍ଷା ପାଇଛନ୍ତି। ହେଲେ ତାଙ୍କ ୪ ପାଖରେ ଦିଲ୍ଲୀ ପୁଲିସ୍‌ ଆବଶ୍ୟକ ସୁରକ୍ଷା ବଳୟ କରିବାରେ ବିଫଳ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ରାହୁଲ ଗାନ୍ଧିଙ୍କ ସହ ଚାଲୁଥିବା କଂଗ୍ରେସ କର୍ମୀ ଓ ଭାରତ ଯାତ୍ରୀମାନେ ବାଧ୍ୟ ହୋଇ ଗୋଟିଏ ସୁରକ୍ଷାବଳୟ ସୃଷ୍ଟି କରିଥିଲେ। ଦିଲ୍ଲୀ ପୁଲିସ୍‌ ପ୍ରବଳ ଭିଡ଼ ସତ୍ତ୍ୱେ କେବଳ ନୀରବଦ୍ରଷ୍ଟା ସାଜିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ହରିୟାଣାର କିଛି ଗୁଇନ୍ଦା ଅଧିକାରୀ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସାମିଲ ଥିବା କଣ୍ଟେନ ମଧ୍ୟରେ ପ୍ରବେଶ କରୁଛନ୍ତି । ଯାହାଫଳରେ ରାହୁଲଙ୍କ ସମେତ ଅନ୍ୟ ପଦଯାତ୍ରୀଙ୍କ ସୁରକ୍ଷା ବିପନ୍ନ ହେଉଛି । ତେଣୁ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ସୁରକ୍ଷା ଯୋଗାଇ ଦେବାକୁ ଶାହାଙ୍କୁ ଚିଠିରେ କଂଗ୍ରେସ ଦାବି କରିଛି ।

nis-ad
Leave A Reply

Your email address will not be published.