କେନ୍ଦ୍ର ସରକାରଙ୍କୁ ୨ କୋଟି ମାଗଣା ଟିକା ଦେବ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌…

ନୂଆଦିଲ୍ଲୀ: ପୁଣି ଥରେ ଏକ ଭୟଙ୍କର ରୂପରେ କରୋନା ମହାମାରୀ ମୁଣ୍ଡ ଟେକିଥିବା ବେଳେ ସିରମ୍‌ ଇନଷ୍ଟିଚ୍ୟୁଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍‌ ମାଗଣାରେ ଯୋଗାଇ ଦେବା ନେଇ ବୁଧବାର କହିଛି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ସରକାରୀ ଯୋଗାଣ ବିଭାଗ ନିର୍ଦ୍ଦେଶକ ପ୍ରକାଶ କୁମାର ସିଂ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏ ସମ୍ପର୍କିତ ଏକ ଚିଠି ଲେଖିଛନ୍ତି। ସୂଚନାନୁଯାୟୀ ସିରମ୍‌ ଇନଷ୍ଟିଚ୍ୟୁଟର ସରକାରୀ ଏବଂ ନିୟାମକ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଏକ ଚିଠି ଲେଖି ୪୧୦ କୋଟି ଟଙ୍କାର ଡୋଜ୍‌ ଦେବାପାଇଁ ଅଫର୍‌ ଦେଇଛନ୍ତି। ଜାତୀୟ ଟିକ‌ାକରଣ କାର୍ଯ୍ୟକ୍ରମ ପାଇଁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏଯାବତ କେନ୍ଦ୍ର ସରକାରଙ୍କୁ ୧୭୦ କୋଟିରୁ ଅଧିକ କୋଭିସିଲ୍ଡ ଡୋଜ୍‌ ଦିଆଯାଇଛି। ଅନ୍ୟପଟହେ ଆଗାମୀ ୪୦ ଦିନ ଦେଶ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।

ଜାନୁଆରୀ ମାସରେ ଦେଶରେ କରୋନା ସଂକ୍ରମଣ ବେଶ ଅଧିକ ବୃଦ୍ଧି ହେବାର ଆଶଙ୍କା ରହିଛି । ଏନେଇ କେନ୍ଦ୍ର ସ୍ୱ।।ସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ତଥ୍ୟ ମିଳିଥିବା ସୂଚନା ମିଳିଛି । ସେପଟେ ଦେଶରେ ଏବେ ଚିନ୍ତା ବଢାଇଛନ୍ତି ବିଦେଶ ଫେରନ୍ତା । ସୂଚନା ଅନୁସାରେ ଗତ ୨ଦିନ ମଧ୍ୟରେ ୬ହଜାର ବିଦେଶ ଫେରନ୍ତାଙ୍କ କୋଭିଡ ନମୁନା ପରୀକ୍ଷା ହୋଇଥିଲା । ଏମାନଙ୍କ ମଧ୍ୟରେ ପ୍ରାୟ ୩୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବୁଧବାର ଶ୍ରୀଲଙ୍କାରୁ ଚେନ୍ନାଇ ଫେରିଥିବା ମା ଓ ଝିଅ ମଧ୍ୟ କରୋନାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୁମ୍ବାଇ ବିମାନବନ୍ଦରରେ ୨ଜଣ ବିଦେଶ ଫେରନ୍ତା ପଜିଟିଭ ଥିବା ଜଣାପଡିଛି । ସେପଟେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଚିଠି ଲେଖି ସଜାଗ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି । କରୋନା ସ୍ଥିତିର ମୁକାବିଲା ପାଇଁ ସାରା ଦେଶରେ ମକଡ୍ରିଲ ମଧ୍ୟ କରାଯାଇଛି ।

nis-ad
Leave A Reply

Your email address will not be published.