ପ୍ରବାସୀ ଭୋଟରଙ୍କ ପାଇଁ ଖୁସି ଖବର, ଏବେ କେନ୍ଦ୍ରକୁ ନଯାଇ ଦେଇପାରିବେ ଭୋଟ୍‌…

ନୂଆଦିଲ୍ଲୀ: ପ୍ରବାସୀ ଭୋଟର ତଥା ଦାଦନ ଶ୍ରମିକଙ୍କ ପାଇଁ ଖୁସି ଖବର। ଭୋଟ୍ ଦେବାକୁ ହେଲେ ସେମାନଙ୍କୁ ଆଉ ଭୋଟ୍‌ କେନ୍ଦ୍ରକୁ ଯିବାକୁ ପଡ଼ିବନି। ଯେଉଁଠି ଥିବେ ସେଇଠି ରହି ଭୋଟ୍‌ ଦେଇ ପାରିବେ। ଦେଶର ଯେଉଁ ସ୍ଥାନରେ ଥିଲେ ବି, ସେଠାରେ ରହି ନିଜ ନିର୍ବାଚନ ମଣ୍ଡଳୀର ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇପାରିବେ। ଏଥିପାଇଁ ପରୀକ୍ଷାମୂଳକ ଭାବେ ରିମୋଟ ଭୋଟିଂ ବ୍ୟବସ୍ଥା ଲାଗି ପ୍ରସ୍ତୁତ ହେଉଛନ୍ତି ଭାରତୀୟ ନିର୍ବାଚନ କମିଶନ। ଏହାକୁ ରିମୋଟ୍‌ ଇଲେକଟ୍ରୋନିକ୍‌ ଭୋଟିଂ ମେସିନ ବା RVM କୁହାଯାଉଛି। ଏନେଇ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି ହୋଇଛି। ଏହି ନୂଆ ପ୍ରକାର ଭୋଟିଂ ମେସିନ ଜରିଆରେ ଏକା ସାଙ୍ଗରେ ଏକାଧିକ ନିର୍ବାଚନମଣ୍ଡଳୀର ଭୋଟିଂ ହୋଇପାରିବ। ଗୋଟିଏ ରିମୋଟ୍‌ ପୋଲିଂ ବୁଥ୍ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।
ଏହା ଉପରେ ଆଲୋଚନା କରିବାକୁ ନିର୍ବାଚନ କମିଶନ ଆସନ୍ତା ଜାନୁଆରୀ ୧୬ ତାରିଖରେ ସବୁ ରାଜନୈତିକ ଦଳ ଗୁଡ଼ିକର ଏକ ବୈଠକ ଡାକିଛନ୍ତି। ନୂଆ ଆରଭିଏମ କେମିତି କାମ କରୁଛି, ତାହା ରାଜନୈତିକ ଦଳ ଗୁଡ଼ିକୁ ପ୍ରଦର୍ଶନ କରାଯିବ। ସେମାନଙ୍କର ମତାମତ ଗ୍ରହଣ କରାଯିବ। ଏହାପରେ ଏହି ନୂଆ ପ୍ରକାର ଆରଭିଏମକୁ ନିର୍ବାଚନରେ ବ୍ୟବହାର କରାଯିବ କି ନାହିଁ, ତାହା ନିଷ୍ପତ୍ତି ନିଆଯିବ ବୋଲି ବୋଲି ନିର୍ବାଚନ କମିଶନ କହିଛନ୍ତି। ୨୦୨୩ ଜାନୁଆରୀ ୧୬ ତାରିଖରେ ଆୟୋଗ ଆରଭିଏମର କାମ କରିବା ଶୈଳୀ ନେଇ ୮ଟି ରାଷ୍ଟ୍ରୀୟ ଦଳ ଏବଂ ୫୭ଟି ରାଜ୍ୟସ୍ତରୀୟ ଦଳଙ୍କୁ ଆମନ୍ତ୍ରଣ କରିଛନ୍ତି । ଏହି ସମୟରେ ଆୟୋଗଙ୍କର ଟେକନିକାଲ ଟିମ୍ ଏବଂ ବିଶେଷଜ୍ଞ ମଧ୍ୟ ସେଠାରେ ଉପସ୍ଥିତ ରହିବେ । ସମସ୍ତଙ୍କୁ ଏହା କେଉଁଭଳି ପରିଚାଳନା ସେହି ବାବଦରେ ଅବଗତ କରାଯିବ ।

ନିର୍ବାଚନ ଆୟୋଗ ଜାନୁଆରୀ ୩୧ ସୁଦ୍ଧା ଭୋଟିଂ ସିଷ୍ଟମକୁ ନେଇ ଦଳର ରାୟ ମାଗିଛନ୍ତି । ଯଦି ଏହି ଆରଭିଏମ ସିଷ୍ଟମକୁ ମଞ୍ଜୁରୀ ମିଳେ ତେବେ ପ୍ରବାସୀ ଲୋକମାନେ ଘରଠାରୁ ଦୂରରେ ରହି ମଧ୍ୟ ବିଭିନ୍ନ ସହର ତଥା ରାଜ୍ୟରେ ନିଜର ଭୋଟ ଦେଇପାରିବେ । ସେମାନଙ୍କୁ ଘରକୁ ଆସି ଭୋଟ ଦେବାକୁ ପଡିବ ନାହିଁ । ବାହାରେ ରହି ମଧ୍ୟ ସେମାନେ ନିଜର ନେତାଙ୍କୁ ନିର୍ବାଚିତ କରାଇପାରିବେ । ୨୦୧୯ ସାଧାରଣ ନିର୍ବାଚନ ବେଳେ କମ୍ ଭୋଟିଂ ପ୍ରତିଶତକୁ ନେଇ ଚିନ୍ତାପ୍ରଅକଟ କରଥୀଲେ କମିଶନ। ନିର୍ବାଚନ କମିଶନରଙ୍କ ଅନୁଯାୟୀ, ସୂଚନା ଅନୁସାରେ ୨୦୧୯ ନିର୍ବାଚନରେ ଦେଶରେ ମାତ୍ର ୬୭.୪ ପ୍ରତିଶତ ଲୋକ ଭୋଟ ଦେଇଥିଲେ । ପାଖାପାଖି ୩୦ କୋଟି ଲୋକ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିପାରିନଥିଲେ । ଏହି ସମସ୍ୟାକୁ ଦୂର କରିବା ପାଉଁ ଆରଭିଏମକୁ ପ୍ରସ୍ତୁତ କରାଯାଇଛି ।

nis-ad
Leave A Reply

Your email address will not be published.