ବିଶ୍ବ ହକିକପ୍ କୁ  ଗଞ୍ଜାମ  ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ବୈଠକ…

ବ୍ରହ୍ମପୁର : ବିଶ୍ବ ହକିକପ୍ କୁ  ଗଞ୍ଜାମ  ଜିଲ୍ଲାରେ ଭବ୍ୟ ସ୍ବାଗତ କରାଯିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ନିରାପତ୍ତାର ସହିତ ବିଶ୍ବ ହକିକପ୍ ଟି ଯେପରି ଜିଲ୍ଲାରେ ପରିଭ୍ରମଣ କରିପାରିବ ସେଥି ସକାଶେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ କୁହାଯାଇଛି ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମସ୍ତ କାର୍ଯ୍ୟକ୍ରମର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ କିର୍ତ୍ତୀଭାସନ୍ ଭି ଏହାକୁ କିପରି ବ୍ୟାପକ ଭାବେ ପ୍ରଚାର ପ୍ରସାର, ସାଂସ୍କୃତିକ ଦଳଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିବେଷଣ ଇତ୍ୟାଦି ସମ୍ପର୍କରେ ଜଣାଇଥିଲେ ।
ବ୍ରହ୍ମପୁର ମନହାନଗର ନିଗମ କମିଶନର୍ ଜେ ସୋନାଲ୍ ରାମଲିଙ୍ଗମ୍ ଟ୍ୟାଙ୍କ ଠାରେ ହେବାକୁ ଥିବା ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚାଇଥିଲେ । ଜୁମ୍ ଆଭାସୀ ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା କ୍ରୀଡା ଅଧିକାରୀ ସୁକାନ୍ତ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

nis-ad
Leave A Reply

Your email address will not be published.