ମାସାନ୍ତ ରବି ବାସରୀୟ ସାହିତ୍ୟ ଆସର

ଫୁଲବାଣୀ :-ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି l ସଭାପତି ରବୀନ୍ଦ୍ରନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆସରରେ ସମ୍ପାଦକ ବନବିହାରୀ ନନ୍ଦ ସ୍ୱାଗତ ଭାଷଣ ଦେଲା ପରେ କବି l ଅଜୟ ପଟ୍ଟନାୟକ ଏକ ପୁରାତନୀ ସଂଗୀତ ମାଧ୍ୟମରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ଉପସ୍ଥିତ ସାହିତ୍ୟିକ ସହିତ ନାଗରିକ ମଞ୍ଚର ଆବାହକ ଅଶୋକ ପରିଡା ସ୍ମୃତି ଦୁଇ ହଜାର ବାଇଶି ସମ୍ପର୍କରେ ଆଲୋଚନା କରିଥିଲେ l ଅଧ୍ୟାପିକା ଜ୍ୟୋତିର୍ମୟୀ କହଁର ଙ୍କ ସଂଯୋଜନାରେ କବି କୈଳାଶ ଚନ୍ଦ୍ର ଧଳ, ନବ କିଶୋର ରଥ, ସୋମନାଥ ସାହୁ, ନବୀନ କିଶୋର ପଣ୍ଡା, ବୈଜୟନ୍ତୀମାଳା ମହାପାତ୍ର, ବିରାଜିନୀ ମହାପାତ୍ର, ଅଜୟ ପଟ୍ଟନାୟକ, ବି କେ କମଲ, ଅଶୋକ ମିଶ୍ର, ରବୀନ୍ଦ୍ରନାଥ ମିଶ୍ର, ଦୁର୍ଯ୍ୟୋଧନ ପ୍ରଧାନ, ସୁବାସ ଚନ୍ଦ୍ର ମହନ୍ତି,
ବନବିହାରୀ ନନ୍ଦ,ଅଶୋକ ଭଟ୍ଟ ପ୍ରଭୃତି ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଶେଷରେ ସମ୍ପାଦକ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.