ରାତି ଅଧରେ ହାତୀପଲର ଉନ୍ମତ୍ତକାଣ୍ଡ…

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲାର ଛତିଶଗଡ଼ ସୀମାନ୍ତବର୍ତ୍ତୀ ଗ୍ରାମ ସିଉନାପାଳିରେ ରାତି ପ୍ରାୟ ଦୁଇଟା ବେଳେ ଏକ ଲୋମହର୍ଷଣକାରୀ ଘଟଣା ଘଟି ଯାଇଛି | ସୂଚନା ଅନୁଯାୟୀ ଗତ ୨୩ ତାରିଖ ରାତି ରାଇଘର ବ୍ଲକ ହାଟଭାରଣ ପଞ୍ଚାୟତର ସିଉନାପାଲି ଗ୍ରାମର ତେଜୁରାମ ଗଣ୍ଡ ଓ ତାଙ୍କ ପୁଅ ରାମ ଗଣ୍ଡ ରାତି ଖାଇବା ପରେ ନିଜ ଘରେ ଶୋଇବା ଅବସ୍ଥାରେ ରାତି ପ୍ରାୟ ଦୁଇଟା ବେଳେ ହଠାତ ତାଙ୍କର ଘର ଭାଙ୍ଗିବାର ଶବ୍ଦ ଶୁଣି ବାପ ପୁଅ କିଛି ନ ବୁଝି ଭୟଭୀତ ହୋଇ ଉଠି ପଡ଼ି ଘରର କବାଟ ଖୋଲି ଦେଖିବାକୁ ପାଇଲେ ଯେ ଦଶ ବାରଟି ହାତୀ ତାଙ୍କ ଭାଙ୍ଗୁଛନ୍ତି | ଏହି ଦୃଶ୍ୟ ଦେଖି ତେଜୁରାମ ଗଣ୍ଡ ଘରରୁ ଦୌଡ଼ି ପଳାଇବା ସମୟରେ ହାତୀପଲର ଆକ୍ରୋଶର ଶିକାର ହୋଇଥିଲେ | ତାଙ୍କର ଦେହ ହାତୀପଲର ଭିଡ଼ରେ ଦଳିଚକଟି ହୋଇ ଏଣେ ତେଣେ ବିଛେଇ ହୋଇଯିବା ଦେଖି ପୁଅ ରାମ ଗଣ୍ଡ ଅତାନ୍ତ ଭୟଭୀତ ହୋଇ ଘର ଭିତରେ ଲୁଚି ଗଲେ l ବାବାଙ୍କ ଏହିପରି ମୃତ୍ୟୁବରନ ଦେଖି ପୁଅ ରାମ ଯେନ ତେନ ପ୍ରକାରେ ନିଜକୁ ସମ୍ଭାଳି ହାତୀପଲ ଯିବାର ଟିକେ ପରେ ଗ୍ରାମରେ ଦୌଡ଼ି ପଳାଇ ଗାଁ ବାଲାଙ୍କ ନିକଟରେ ସୂଚନା ଦେଲେ l

ଗ୍ରାମଠାରୁ ଅଳ୍ପ ଦୂରରେ ଜମି ଭିତରେ ତେଜୁରାମ ଗଣ୍ଡ ଘର କରି ଚାଷ ବାସ କାମ କରି ନିଜର ପରିବାର ପ୍ରତିପାଳନ କରିବା ଉଦ୍ଦେଶ୍ୟରେ ରୁହେ l ରାତିରେ ଏହି ଖବର ରାମ ଗଣ୍ଡ ଗାଁ ବାଲାଙ୍କ କହିବା ପରେ ଗାଁର ଲୋକମାନେ ଯାଇ ଦେଖିଲା ବେଳକୁ ତେଜୁରାମଙ୍କ ଦେହ ଛିନଭିନ ହେଇ କିଛି ମାଟି ତଳେ ପତି ହେବା ସହିତ ଏଣେ ତେଣେ ବିଛେଇ ହୋଇ ପଡ଼ିବା ଦେଖିବାକୁ ପାଇଥିଲେ l ଗ୍ରାମର ଭଦ୍ର ବ୍ୟକ୍ତିମାନେ ଏହି ଖବର ରାଇଘର ଅଗ୍ନିଶମ ବିଭାଗ ଫରେଷ୍ଟ ବିଭାଗ ଓ ରାଇଘର ପୋଲିସ ବିଭାଗର ଦୃଷ୍ଟିକୁ ଅବଗତ କରାଇଲେ l ଏହି ଖବର ପାଇଁ ଦ୍ରୁତ ଗତିରେ ଅଗ୍ନିଶମ ବିଭାଗ, ଫରେଷ୍ଟ ବିଭାଗ ଓ ରାଇଘର ପୋଲିସ ବିଭାଗ ଘଟଣା ସ୍ତଳରେ ପହଁଞ୍ଚି ତଦନ୍ତ କରିବା ଦେଖିବାକୁ ମିଳିଲା l ଏହି ହାତୀପଲ କେମିତି ଆସିଲେ ଏବଂ କୋଉପଟେ ଗଲେ ତାହାର ଅନୁସନ୍ଧାନ ଫରେଷ୍ଟ ବିଭାଗ କରିବାକୁ ଲାଗିଛନ୍ତି l ତେଜୁରାମର ଘର ଗୋଟିଏ ପଟେ ହାତୀପଲ ଭାଙ୍ଗିବା ସହିତ ପାଖରେ ଥିବା କୋବି କ୍ଷେତ ପୁରା ନଷ୍ଟ କରିବା ବି ଦୃଷ୍ଟି ଗୋଚର ହୋଇଛି l ଖବର ଲେଖିବା ବେଳକୁ କୌଣସି ବିଭାଗ ହାତୀପଲର ସନ୍ଧାନ ପାଇ ପାରି ନାହାନ୍ତି l

nis-ad
Leave A Reply

Your email address will not be published.