ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବଜାରରେ ପୋଲିସ ପ୍ରଶାସନ ପକ୍ଷରୁ ବଡ଼ଦିନ ପାଇଁ ଫ୍ଲାଗମାର୍ଚ୍ଚ…

ଦାରିଙ୍ଗବାଡ଼ି,୨୪/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକରେ ଥିବା ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ବଡ଼ଦିନ ପାଳନକୁ ନେଇ ଉଭୟ ପୋଲିସ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୈସିକ ମାଝୀ ଓ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ସମସ୍ତ ଥାନା ଷ୍ଟାଫ ନିୟୋଜିତ ଥିବା ଓଡିଶା ପୋଲିସ ଏବଂ ରିଜର୍ବ ଫୋର୍ସଙ୍କୁ ନେଇ ଦାରିଙ୍ଗବାଡ଼ି ଓ ବ୍ରାହ୍ମଣୀଗାଁ ବଜାରରେ ଫ୍ଲାଗ ମାର୍ଚ୍ଚ କରାଯାଅଛି । ସେହିପରି ବ୍ଳକର ଉଭୟ ଥାନା ଅଞ୍ଚଳରେ ବଡ଼ ଦିନରେ ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଳନ କରାଯିବ ଓ ୨୪ ରାତ୍ରି ଖ୍ରୀଷ୍ଟ ବିଶ୍ଵାସୀ ଭାଇ ଓ ଭଉଣୀ ଗୀର୍ଜାରେ ଉଜାଗର ରହି ପ୍ରାଥନା କରିବା ସହ ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ସମୟକୁ ସ୍ମରଣ କରିବା ଅପେକ୍ଷାରେ ରହି ଖ୍ରୀଷ୍ଟମାସ ପର୍ଵକୁ ଭଲ ଭାବେ ପାଳିପାରିବେ ସେଇ ଉପରେ ବାର୍ତ୍ତା ଦେଇଥିବା ଓ ଏଥିପାଇଁ ସମସ୍ତ ଗୀର୍ଜାରେ ସୁରକ୍ଷା କଡ଼ାକଡ଼ି କରିଥିବା ଜଣା ପଡ଼ିଛି ।

nis-ad
Leave A Reply

Your email address will not be published.