ଚଳିତବର୍ଷ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ଵାରା ୭୫ଟି ମାମଲା ରୁଜୁ…

ଭୁବନେଶ୍ୱର : ଚଳିତବର୍ଷ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୭୫ଟି ମାମଲା ରୁଜୁ କରିଛି। ୧୩୩ ଜଣଙ୍କୁ ବିଭିନ୍ନ ମାମଲାରେ ଗିରଫ କରିଛି। ବାର୍ଷିକ ରିପୋର୍ଟରେ କ୍ରାଇମବ୍ରାଞ୍ଚ ଏସଟିଏଫ ଏପରି ଅନେକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି।
ନିଶା କାରବାର, ବନ୍ୟପ୍ରାଣୀ ଚୋରା ଚାଲାଣ ସହ ଜାଲନୋଟ କାରବାରକୁ ରୋକିବାକୁ କ୍ରାଇମବ୍ରାଞ୍ଚ ଫୋକ୍‌ସରେ ରଖିଥିଲା। ଚଳିତବର୍ଷ ୨୨କେଜି ବ୍ରାଉନ ସୁଗାର, ୨୫୨୪ କେଜି ଗଞ୍ଜେଇ, ୨୦୨ ଗ୍ରାମ୍‌ କୋକେନ, ୫୧୭ ଗ୍ରାମ ଅଫିମ, ନଗଦ ୬୫ ଲକ୍ଷ ଟଙ୍କା ଜବତ କରିଥିଲା। ନିଶା ମାଫିଆଙ୍କର ୧୨ କୋଟି ୮୫ ଲକ୍ଷ ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଏସଟିଏଫ। ସେହିପରି ୨୨ କେଜି ବ୍ରାଉଣ ସୁଗାର, ୩୮ କୁଇଣ୍ଟାଲ ଗଞ୍ଜେ ନଷ୍ଟ କରିଛି ଏସ୍‌ଟିଏଫ୍‌।

ଚଳିତବର୍ଷ ସର୍ବାଧିକ ୧୪ କଲରାପତରିଆ ବାଘ ଛାଲ ଜବତ କରିଛି। ସେହିପରି ଗୋଟିଏ ମହାବଳ ବାଘ ଛାଲ, ୯ଟି ଜୀବନ୍ତ ବଜ୍ରକାପ୍ତା, ୨୨ କେଜି ବଜ୍ରକାପ୍ତା କାତି, ୧୪ଟି ହାତୀ ଦାନ୍ତ, ୨ଟି ବାଘ ଦାନ୍ତ, ୨୯ ବାଘ ନଖ ଜବତ କରିଛି। ଏଥିସହ ବନ୍ଧୁକ କାରବାର ଅଭିଯୋଗରେ ୧୪ଟି ଚୋରା ବନ୍ଧୁକ, ୬୦ଟି ଜୀବନ୍ତ ଗୁଳି ଓ ୮ଟି ମାଗାଜିନ ଜବତ କରିଛି ଏସ୍‌ଟିଏଫ୍‌। ୪୭ ଲକ୍ଷ ୪୩ ହଜାର ଟଙ୍କାର ନକଲି ନୋଟ ଜବତ କରିବାରେ ସକ୍ଷମ ହୋଇଛି ଏସଟିଏଫ୍‌।

nis-ad
Leave A Reply

Your email address will not be published.