ହାଇକୋର୍ଟରେ ଶୀତ ଅବକାଶ, ଜାନୁଆରି ୨ରେ ଖୋଲିବ…

କଟକ : ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ୨୦୨୩, ଜାନୁଆରି ୨ରେ ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ।
ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ରୁଜୁ ପାଇଁ ଅବକାଶ ଦାୟିତ୍ବରେ ଥିବା ଅଧିକାରୀ ଗ୍ରହଣ କରିବେ। ଏଥିସହିତ ଅବକାଶ ସମୟରେ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ମାମଲା ଦାଖଲ କରାଯାଇ ପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ପ୍ରକାଶିତ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି।

nis-ad
Leave A Reply

Your email address will not be published.