ନୂଆବର୍ଷ ପାଇଁ ଡାଏରି ବେପାର ମାନ୍ଦା, ଚିନ୍ତାରେ ବେପାରୀ

ହିଞ୍ଜିଳିକାଟୁ ୨୩।୧୨ : ସାତଦିନ ପରେ ନୂଆବର୍ଷ। ପ୍ରିୟଜନଙ୍କୁ ଉପହାର ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି ଲୋ‌କେ। ଉପହାର ମଧ୍ୟରେ ନୂଆବର୍ଷରେ ସ୍ବତନ୍ତ୍ର ରହିଥାଏ ଡାଏରୀ ଓ କ୍ୟାଲେଣ୍ତର। ଖାସ କରି ଏହି ଉପହାର ଦେଇ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବା ବେଶ ପସନ୍ଦ କରିଥାନ୍ତି ଲୋକେ। ସେହିଭଳି ନୂଆବର୍ଷକୁ ନଜରରେ ରଖି ଭଳି କି ଭଳି ଡ଼ାଏରି ଓ କ୍ୟାଲେଣ୍ତର ପସରା ମେଲାଇଛନ୍ତି ‌ବ୍ୟବସାୟୀ। ହିଞ୍ଜିଳିକାଟୁ ସହରର କଲେଜ‌ ଛକ, ପରିବା ବଜାର, ବସଷ୍ଟାଣ୍ଡ ପଛ ଆଦି ପ୍ରମୁଖ ସ୍ଥାନରେ ଏହି ଡାଏରୀ ଓ କ୍ୟ‌ାଲେଣ୍ତର ଵିକ୍ରି କରିବା ନିମନ୍ତେ ସୁସଜ୍ଜିତ କରାଯିବା ସହ ଆଶା ରଖୁଛନ୍ତି ବେପାରୀ। ଡାଏରୀ ଗୁଡ଼ିକ ଦିଲ୍ଲୀ, କଳିକତା,ବ୍ରହ୍ମପୁର ,ଆନ୍ଧ୍ର ପ୍ରଦେଶ ଭଳି ସ୍ଥାନରୁ ଆସିଥାଏ। ଦୁଇ ଶହରୁ ଅଧିକ ଭେରାଇଟିର ଡାଏରୀ ରହିଛି ।ସମସ୍ତ ଡାଏରିର ଦର ୧୦୦ ଟଙ୍କାରୁ ୧୫ଶହ ଟଙ୍କା ରହିଥିବାବେଳେ ଚଳିତବର୍ଷ ଫୋଲ୍ଡ଼ର ଉଇଥ୍‌ ୱାଚ୍‌ ଆଣ୍ତ କାଲକୁଲେଟର ଡାଏରି ନୂଆ କରି ଆସିଛି। । ପୁଣି କରୋଣା ମହାମାରୀ ଡରାଇଲାଣି।
ଆଜିକୁ ଆଠ ଦିନ ହେବ ଡାଏରି, କ୍ୟାଲେଣ୍ତର ଓ ପେନ୍‌ର ବେପାର ଆରମ୍ଭ ହୋଇଛି। ୩୦ ବର୍ଷ ହେବ ଏହି ବ୍ୟବସାୟ କରିଆସୁଛୁ। ହେଲେ ଦୁଇ ବର୍ଷ ହେବ କୋଭିଡ଼ ଯୋଗୁଁ ବେପାର ସ୍ଥିତି ସମ୍ପୂର୍ଣ୍ଣ ଖରାପ ରହିଥିଲା। ହେଲେ ଚଳିତବର୍ଷ ବେପାର ଭଲ ରହିଛି। ‌ଏହି ବେପାର ଜାନୁଆରି ଶେଷ ପର୍ଯ୍ୟନ୍ତ ରହିବ। ଆଶା ରହିଛି ଭଲ ଦୁଇ ପଇସା ବେପାର ହେବ ବୋଲି ନ୍ୟୁ ସୁବୁଦ୍ଧି ବୁକ ଷ୍ଟୋର ମାଲିକ କହିଛନ୍ତି ।

nis-ad
Leave A Reply

Your email address will not be published.