ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ଵକପ୍ ଟ୍ରଫି ଗ୍ରସ୍ତ କାର୍ଯ୍ୟକ୍ରମ ନେଇ ବୈଠକ

ଫୁଲବାଣୀ : ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ଵକପ୍ ଟ୍ରଫି ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ଵରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଫିକୁ ମହାସମାରୋହର ସହିତ ସ୍ବାଗତ କରିବା, ସହର ପରିକ୍ରମା କରାଇବା ଓ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ଜିଲ୍ଲାପାଳ ସଂପୃକ୍ତ ପଦାଧିକାରୀ ଓ ଉପସ୍ଥିତ ଥିବା ସଂଗଠନ ମାନଙ୍କର ସହଯୋଗ କାମନା କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳଙ୍କ ସୂଚନାରୁ ଜଣାପଡ଼ିଛି ଯେ, ତା.୨୭.୧୨.୨୦୨୨ ରିଖ ଦିନ ସଂଧ୍ୟା ୬ଘଣ୍ଟା ସମୟରେ ଖଜୁରୀପଡ଼ା ଠାରେ ବ୍ଲକ ପ୍ରଶାସନ, ସ୍ଥାନୀୟ ଜନପ୍ରତିନି, ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ ସଦସ୍ୟ ମାନେ ଏହି ଏଫ୍.ଆଇ.ଏଚ୍.ପୁରୁଷ ହକି ବିଶ୍ୱକପ୍‌ର ଟ୍ରଫିକୁ ସ୍ବାଗତ କରିବେ । ସ୍ବାଗତ ସମୟରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଓ ମିନି ମାରାଥନର ଆୟୋଜନ କରାଯିବ । ପରେ ପରେ, ସଂଧ୍ୟା ୭ଟା ସମୟରେ ଟ୍ରଫି ଫୁଲବାଣୀ ଅଭିମୁଖେ ଯାତ୍ରା କରିବ । ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆଠାରେ କନ୍ଧମାଳ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧୂ, ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟଙ୍କ ଉପସ୍ଥିତିରେ ଏହି ଟ୍ରଫିକୁ ସ୍ବାଗତ କରାଯିବ। ଏହି ଉପଲକ୍ଷେ କରୋନେସନ ପଡ଼ିଆରେ ଥିବା ମଞ୍ଚରେ ସାର୍ବଜନୀନ ଶୋ ଏବଂ ଫଟୋ-ଅପ୍, ସାଂସ୍କୃତିକ ତଥା ମନୋରଞ୍ଜନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ।
ସମ୍ମୁଖକୁ ନିଆଯିବ ଏବଂ ସେଠାରେ ସାର୍ବଜନୀନ ଶୋ ଏବଂ ଫଟୋ-ଅପ୍ କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି। ସକାଳଘ.୭.୧୦ମି. ସମୟରେ ଟ୍ରଫିକୁ କରୋନେସନ ପଡ଼ିଆକୁ ସାର୍ବଜନୀନ ଶୋ ଏବଂ ଫଟୋ-ଅପ୍ କାର୍ଯ୍ୟକ୍ରମ ପାଇଁ ଅଣାଯିବ । ଠିକ୍ ସେହି ସମୟରେ କନ୍ଧମାଳ ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟକୁ ମାନନୀୟ କନ୍ଧମାଳ ସାଂସଦ, ମାନ୍ୟବର ବିଧାୟକ, ଜନ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ପ୍ରଶାସନ ଦ୍ଵାରା ଉଦ୍‌ଘାଟନ କରାଯିବା ସହିତ ସେହି ସ୍ଥାନରୁ ପ୍ରାୟ ୫ ଶହ ଅଂଶଗ୍ରହଣକାରୀଙ୍କୁ ନେଇ ବାହାରୁଥୁବା ମିନି ମାରାଥନକୁ ମଧ୍ୟ ଶୁଭାରମ୍ଭ କରାଯିବ । ସକାଳ ଘ.୭,୪୦ମି. ସମୟରେ ଟ୍ରଫି କୋର୍ଟ ଛକରୁ ବାହାରି ଫୁଲବାଣୀ ମୁଖ୍ୟ ବଜାର, ମାଦିକୁନ୍ଦା ଛକ, ମହିଳା ମହାବିଦ୍ୟାଳୟ, ଗାନ୍ଧି ଛକ, ଡି.ଆର୍.ଡି.ଏ. ଛକ ଦେଇ କରୋନେସନ ପଡ଼ିଆରେ ପଡ଼ିଆରେ ପହଞ୍ଚିବ। ପୋଲିସ ବ୍ୟାଣ୍ଡ ଓ ପୋଲିସ୍ କଣ୍ଟିଜେଣ୍ଟ, ଏନ୍.ସି.ସି.,ସ୍କାଉଟ୍, ଏନ୍.ଏସ୍.ଏସ୍. ଛାତ୍ରଛାତ୍ରୀ, ଟିମ୍ ହ୍ୟୁମାନିଟି, ୟୁଥ୍ ଫର୍ ଚେଞ୍ଜ୍, ଫୁଲବାଣୀ କ୍ଲବ୍, ପ୍ରେସ୍ କ୍ଲବ୍,ବାର ଆସୋସିଏସନ୍, ନେତାଜୀ କ୍ଲବ୍,କିନ୍ନର ଆସୋସିଏସନ୍, ଘରୋଇ ଅଟୋ ଆସୋସିଏସନ୍, ଓଡ଼ିଶା ଡ୍ରାଇଭର ମହାସଂଘ, ବସ୍ ମାଲିକ ତଥା କର୍ମଚାରୀ ଆସୋସିଏସନ୍, ବଣିକ ସଂଘ ଭଳି ବିଭିନ୍ନ ସାମାଜିକ ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ଏବଂ ସାଧାରଣ ଜନତା ମିଶି ପ୍ରାୟ ଏକ ହଜାରରୁ ଅଧିକ ଲୋକ ଏହି ରୋଡ଼ ସୋ ରେ ଅଂଶ ଗ୍ରହଣ କରିବେ। ଏହି ରୋଡ଼ ସୋ’ର ଆଡ଼ମ୍ବରପୂର୍ଣ୍ଣ ପ୍ରଦର୍ଶନ ପାଇଁ ଏବଂ ଏହାକୁ ଅଧିକ ରଙ୍ଗୀନ କରିବା ପାଇଁ ଆଠ ଗୋଟି ସାଂସ୍କୃତିକ ଦଳ ସେମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ ସେହିପରି, ତା୨୮.୧୨. ୨୦୨୨ ରିଖ ସକାଳ ୭ ଘଣ୍ଟା ସମୟରେ ଏହି ଟ୍ରଫିକୁ ଜଗନ୍ନାଥ ମନ୍ଦିର କରି କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି । ଉକ୍ତ ବୈଠକରେ କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କ ସମେତ ସଂପୃକ୍ତ ସରକାରୀ ପଦାଧିକାରୀ, ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଓ ସଦସ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.