ଭିଡ଼ ଭିତରେ ମାସ୍କ ପିନ୍ଧନ୍ତୁ, ବୁଷ୍ଟର ଡୋଜ୍‌ ନିଅନ୍ତୁ : ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଚୀନ୍ ଆମେରିକା ସମେତ ବିଶ୍ୱର ଅନେକ ଦେଶରେ ପୁଣି ଥରେ ବଢ଼ି ଚାଲିଛି ମାରାତ୍ମକ କରୋନା ମହାମାରୀ। ଏନେଇ ଏବେ ଭାରତ ସରକାର ଆଗୁଆ ସତର୍କ ହୋଇପଡିଛନ୍ତି। କରୋନାର ବିସ୍ତାର ରୋକିବା ପାଇଁ ଜାରି କରାଯାଇଛି ନୂଆ ଆଡଭାଇଜରୀ।

ଆଗକୁ କରୋନା ଟେଷ୍ଟିଂ ବଢ଼ିବ। ଭିଡ ଥିବା ସ୍ଥାନରେ ମାସ୍କ ପିନ୍ଧନ୍ତୁ। ବୁଷ୍ଟର ଡୋଜ୍ ବାଧ୍ୟତାମୂଳକ। ଯେଉଁମାନେ କରୋନା ଟିକାର ବୁଷ୍ଟର ଡୋଜ୍ ନେଇ ନାହାନ୍ତି ସେମାନେ ଶୀଘ୍ର ନେବାକୁ ଜାରି ହୋଇଥିବା ଆଡଭାଇଜରୀରେ କୁହାଯାଇଛି।

କରୋନାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟୀ ବୈଠକରେ ପରେ ନୀତି ଆୟୋଗ ସଦସ୍ୟ ଡଃ ବିକେ ପଲ୍ କହିଛନ୍ତି, ଯଦି ଆପଣ ଭିଡ ଥିବା ସ୍ଥାନରେ, ଘରେ କିମ୍ବା ବାହାରେ ଅଛନ୍ତି ତେବେ ମାସ୍କ ବ୍ୟବହାର କରନ୍ତୁ। ଏହା କମ୍ ବୟସ୍କ ଓ ଅଧିକ ବୟସ୍କ ଲୋକଙ୍କ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ। ବର୍ତ୍ତମାନ ସୁଦ୍ଧା କେବଳ ୨୭ରୁ ୨୮ ପ୍ରତିଶତ ଲୋକେ ବୁଷ୍ଟର ଡୋଜ ନେଇଛନ୍ତି। ଆମକୁ ଏହାକୁ ବଢ଼ାଇବାକୁ ହେବ। ବୁଷ୍ଟର ଡୋଜ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ। ବରିଷ୍ଠ ନାଗରିକମାନେ ଏହାକୁ ଖୁବଶୀଘ୍ର ନେବାକୁ ସେ ନିବେଦନ କରିଛନ୍ତି।

ସେପ୍ଟେମ୍ବର ମାସରେ ଭାରତରେ ଜିନୋମ ସର୍ଭିଲାନ୍ସରେ ତିିନି ଥର BF.7  କରୋନା ଭାରିଏଣ୍ଟ ଚିହ୍ନଟ କରାଯାଇଛି। ଏହି ଭାରିଏଣ୍ଟରେ ହିଁ ଚୀନ୍‌ର ଲୋକେ ସଂକ୍ରମିତ ହୋଇଛନ୍ତି। ତେଣୁ ସମସ୍ତ ରାଜ୍ୟରେ ଲୋକଙ୍କୁ ମାସ୍କ ପିନ୍ଧିବା ଜରୁରୀ ବୋଲି ସରକାରଙ୍କ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଛି।

nis-ad
Leave A Reply

Your email address will not be published.