କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳଠାରେ ଦୁଇଦିନିଆ କୃଷି ତାଲିମ କାର୍ଯ୍ୟକ୍ରମ

ଫୁଲବାଣୀ : ଆଜି କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳର ଉଦ୍ୟାନ କୃଷି ବିଜ୍ଞାନ ବିଭାଗ ଅନ୍ତର୍ଗତ ସମନ୍ୱିତ ପ୍ରଣାଳୀରେ ଉଦ୍ୟାନ ବଗିଚା ସୃଷ୍ଟି ସମ୍ବନ୍ଧୀୟ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି ତାଲିମ କାର୍ଯ୍ୟକ୍ରମ ଟି ଉଦ୍ୟାନ କୃଷି ବୈଜ୍ଞାନିକ ଡ଼କ୍ଟର ସିଦ୍ଧାର୍ଥ କରଙ୍କ ଦ୍ଵାରା ପରିଚାଳିତ ହୋଇଥିଲା l ଆର. ଆର. ଟି.ଟି ଏସ ର ଏ. ଡି ଆର ଡ଼କ୍ଟର ଜ୍ଞାନଲକ ଦାସ ସମ୍ମନ୍ୱିତ ପ୍ରଣାଳୀରେ ଉଦ୍ୟାନ କୃଷି କୌଶଳ ସମ୍ବଦରେ ଆଲୋଚନା କରିଥିଲେ l ଡ଼କ୍ଟର ସିଦ୍ଧାର୍ଥ କର ମଡେଲ ଉଦ୍ୟାନ କୃଷି ବଗିଚା ସମନ୍ୱିତ ପ୍ରଣାଳୀରେ ବଗିଚା ସୃଷ୍ଟି ରୋଗ ପକ ପରିଚାଳନା ଦ୍ଵାରା ଏକ ସ୍ଥାୟୀ କୃଷି ବ୍ୟବସ୍ଥା ସ୍ୱାବଲମ୍ବୀ ଓ ବେକାରୀ ଦୂରୀକରଣ ହେଵା ସହିତ ପାଖରୀ ପାଖରେ ଥିବା ଖାଲି ଜାଗାରେ ଉଦ୍ୟାନ ଫସଲ ଲଗାଇ ବର୍ଷସାରା କ୍ଷମ କୌଶଳ ଗୁଡ଼ିକ ଆଲଚନା କରିଥିଲେ l ଏହି ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲା ର ଦାନ ବିଭାଗ ଏ.ଏଚ.ଓ ଏଚ.ଇ.ଡବ୍ଲୁ, ଉଦ୍ୟାନ ସାଥି ଭି ଏସ ଏସ ର ପ୍ରେସିଡେଣ୍ଟ ମେମ୍ବର ଆଦି ଯୋଗ ଦେଇଥିଲେ ! ଡ଼କ୍ଟର ସିଦ୍ଧାର୍ଥ କରଙ୍କ ମତରେ ଜିଲ୍ଲାରେ ଥିବା 31%ପ୍ରତିଶତ, ନାମ ମାତ୍ର କୃଷକ କ୍ଷୁଦ୍ର କୃଷକ ପରିବାର ମାନେ ସମନ୍ୱିତ ପ୍ରଣାଳୀ ଦ୍ଵାରା ଉଦ୍ୟାନ କୃଷି ଓ ରୋଗ ପୋକ ପରିଚାଳନା କରି ଆର୍ଥିକ ସ୍ଥିତିର ଉନତି ଓ ବର୍ଷ ସାରା ଫଳ ଓ ପନିପରିବା ସହିତ ମାଛ ଚାଷ,ମହୁମାଛି ଚାଷ,ଛତୁ ଚାଷ, ଲାଖ ଚାଷ, ଟସର ଚାଷ ଲାଭବାନ ହୋଇ ପାରିବେ ଏହି ତାଲିମି କାର୍ଯ୍ୟକ୍ରମଟି ଦୁଇଦିନ ପାଇଁ ଆୟୋଜନ କରାଯାଇଅଛି ଏବଂ ଏହି କାର୍ଯ୍ୟକ୍ରମରେ କେ:ଭି: କେ ର ସୁମିତ୍ରା ହେମ୍ରମ ଏ.ଏଚ,ଓ ଟିକାବାଲି ରାଜେଶ, ଏ.ଏଚ ଓ ଜି ଉଦୟଗିରି ପ୍ରତିଭା ପ୍ରଧାନ ଏ.ଏଚ ଓ ରାଇକିଆ ଲିପ୍ସା, ଏ ଏଚ ଓ ଚକାପାଦ ବନାନୀ ଆଦି ଯୋଗଦେଇ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଯୋଜନା ସମ୍ବଦ୍ଧରେ ଉଦ୍ୟାନ କୃଷି ବୈଜ୍ଞାନିକ ଡ଼କ୍ଟର ସିଦ୍ଧାର୍ଥ କରଙ୍କ ସହ ଆଲୋଚନା କରିଥିଲେ l

nis-ad
Leave A Reply

Your email address will not be published.