ଡାଲା ଅଟୋ ଓଲଟି ଜଣେ ଗୁରୁତର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଭଗବାନପୁର-ପାଣିକେଶର ରାସ୍ତାରେ ଏକ ଡାଲା ଅଟୋ ଓଲଟି ଜଣେ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଗୁରୁତର ଜଣକ ଭଗବାନପୁର ଗ୍ରାମର ଲୋଚନ ନାୟକ(୬୦)। ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଲୋଚନ ଏକ ଡାଲା ଅଟୋରେ ଧାନ ବସ୍ତା ବୋଝେଇ କରି ଭଗବାନପୁରରୁ ପାଣିକେଶରକୁ ଯାଉଥିବା ବେଳେ ଏକ ବୁଲାଣି ରାସ୍ତାରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସେଥିରେ ଥିବା ଲୋଚନ ଫୋପାଡ଼ି ହୋଇ ପଡିବା ଫଳରେ ତାଙ୍କର ଡାହାଣ ହାତ ସାଙ୍ଗକୁ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

nis-ad
Leave A Reply

Your email address will not be published.