ହିନ୍ଦୁଙ୍କ ସୁରକ୍ଷା କରିବା ବାଂଲାଦେଶ ସରକାରଙ୍କ ଦାୟିତ୍ବ : ଜୟଶଙ୍କର

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହୋଇଥିବା ହିଂସାର ଜବାବରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଲୋକସଭାରେ ବୟାନ ରଖିଛନ୍ତି । ଏକ ଲିଖିତ ଉତ୍ତରରେ ଜୟଶଙ୍କର କହିଛନ୍ତି ଯେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ କେନ୍ଦ୍ର ସରକାର ଗମ୍ଭୀରତାର ସହ ନେଇଛନ୍ତି ଏବଂ ବାଂଲାଦେଶ ସରକାରଙ୍କୁ ନିଜର ଚିନ୍ତା ଜଣାଇଛନ୍ତି। ବାଂଲାଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ପ୍ରାଥମିକ ବାଂଲାଦେଶ ସରକାରଙ୍କ ଦାୟିତ୍ୱ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତୀୟ ହାଇକମିଶନର ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ସମସ୍ୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସେପଟେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଚିନ୍ତା ପ୍ରକଟ କରିଛି । ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଭାରତ ଲଗାତାର ଏବଂ ଦୃଢ଼ତାର ସହ ହିନ୍ଦୁ ଏବଂ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଛି ଏବଂ ବାଂଲାଦେଶ ସରକାରଙ୍କ ସହ ସଂପର୍କରେ ରହିଛି। ଏ ନେଇ ଆମର ଆଭିମୁଖ୍ୟ ସ୍ପଷ୍ଟ ରହିଛି। ଅନ୍ତରୀଣ ସରକାର ସମସ୍ତ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ନିଜର ଦାୟିତ୍ୱ ନିର୍ବାହ କରିବା ଉଚିତ୍ ।

nis-ad
Leave A Reply

Your email address will not be published.