ଏଜେଓ ଉଚ୍ଚ ବିଦ୍ୟାଳୟରେ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଏଜେଓ ଉଚ୍ଚ ବିଦ୍ୟାଳୟ ରେ ବ୍ଳକ ସ୍ତରୀୟ ଭିନ୍ନକ୍ଷମ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ୧୨୦ ରୁ ଅଧିକ ଭିନ୍ନକ୍ଷମ ପିଲା ତାଙ୍କର ପିତାମାତା ଓ ଶିକ୍ଷକ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବା ନିମିତ୍ତ ପିଲା ମାନଙ୍କ ତାଙ୍କ ମାନୋପ ଯୋଗୀ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ସଙ୍ଗୀତ ନାଚ ଗୀତ ମ୍ୟୁଜିକ୍ ଚୌକି, ମେମୋରୀ ପରୀକ୍ଷା ଇତ୍ୟାଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପିଲାମାନେ ତାଙ୍କର ଅନ୍ତର୍ନିହିତ ଗୁଣାବଳୀକୁ ପ୍ରସ୍ଫୁଟିତ କରିବା ଥିଲା ଏହା ଏକ ମାଧ୍ୟମ l କାର୍ଯ୍ୟକ୍ରମ ର ମଧ୍ଯ ଭାଗରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଦିବ୍ୟଙ୍ଗ ଛାତ୍ର ଛାତ୍ରୀ ମାନଙ୍କୁ ହୁଇଲ ଚେୟାର ଶ୍ରବଣଯନ୍ତ୍ର, ଆଶା ବାଡ଼ି ବଣ୍ଟନ କରିବା ସହ କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ବିତରଣ କରିଥିଲେ l ଜିଲ୍ଲା ଅନ୍ତର୍ନିର୍ବେଶି କାର୍ଯ୍ୟାଳୟକୁ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ନିରୁପମା ଦୋରା ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବିଭିନ୍ନ ଜିନିଷର କାର୍ଯ୍ୟ ଓ ତାର ମୂଲ୍ୟାୟନ ସମ୍ବନ୍ଧରେ ବି ଆର ପି ମାନଙ୍କୁ ପଚାରି ବୁଝିଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମିତ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ଜେନା, ସମସ୍ତ ସି ଆର ସି ସି, ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଅକ୍ଲାନ୍ତ ପରିଶ୍ରମକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କୁମାର କହଁର ଭୂରି ଭୂରି ପ୍ରଶଂସା କରିଥିଲେ l

nis-ad
Leave A Reply

Your email address will not be published.