ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରକ୍ତଦାନ ଶିବିର

ବ୍ରହ୍ମପୁର : କୋର୍ଟପେଟା ସ୍ଥିତ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ରକ୍ତଦାନ ଶିବିରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବରକୁ ଉଦଘାଟନ କରିଥିଲେ । ଏହି ଶିବିରରେ ବନଖଣ୍ଡି ଅଧିନରେ କାର‌୍ୟ୍ୟ କରୁଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନେ ରକ୍ତଦାନ କରିଥିଲେ । ଶିବିରରେ ମୋଟ ୩୧ ୟୁନିଟ ରକ୍ତ ସଗୃହିତ ହୋଇଥିଲା । ଏହି ଅବସରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ, ଅତିରିକ୍ତ ବନ ସଂରକ୍ଷକ ଡ ରୁଦ୍ର ପ୍ରସାଦ ରଥ, ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ଏମକେସିଜି ମେଡିକାଲ ରକ୍ତ ଭଣ୍ଡାରର କର୍ମଚାରୀମାନେ ଆସି ରକ୍ତ ସଂଗ୍ରହ କରିଥିବା ବେଳେ ବ୍ରହ୍ମପୁର ବନଖଣ୍ଡ ଆଉଟସୋର୍ସିଙ୍ଗ ବନ କର୍ମଚାରୀ ସଂଘର ସମସ୍ତ ସଦସ୍ୟମାନେ ଶିବିର ପରିଚାଳଣାରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.