ଲୋକ କଳା / ଲୋକ ନାଟକ କ୍ଷେତ୍ରରେ ପୁନର୍ଜାଗରଣ ଆବଶ୍ୟକ

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ଓଡ଼ିଶା ନାଟ୍ୟ ଦିବସ ଅବସରରେ ଜାନୁଆରୀ ୨୬ ଠାରୁ ୨୯ ଚତୁର୍ଦ୍ଦିବସୀୟ ପୌରାଣିକ ନାଟକ ମହୋତ୍ସବ : ୨୦୨୩ର ପ୍ରସ୍ତୁତି ବୈଠକ ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କଣ୍ଟେଇପଲ୍ଲୀ ଛକ ଠାରେ ନାଟ୍ୟକାର ସୁରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଉମାଶଙ୍କର ଦାଶ, ବରିଷ୍ଠ ମଞ୍ଚ ଅଭିନେତା ତଥା ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁନଶ୍ଚ ପୌରାଣିକ ନାଟକ ଏବଂ ଜନମାନସରେ ଲୋକ କଳା ଓ ଲୋକ ନାଟକର ପୁନର୍ଜାଗରଣର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ବରିଷ୍ଠ ମଞ୍ଚ ଅଭିନେତା ଶିବରାମ ରାଉତ, ବେଲଗୁଣ୍ଠା ବ୍ଲକ ଶାଖା ସଭାପତି ସୁରେନ୍ଦ୍ର କୁମାର ପ୍ରଧାନ ଏବଂ ନାଟ୍ୟକାର ଦାଶଙ୍କୁ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପୌରାଣିକ ନାଟକ ମହୋତ୍ସବ :୨୦୨୩ରେ ଅଂଶ ଗ୍ରହଣ ନିମନ୍ତେ ନାଟ୍ୟକାର ଦାଶଙ୍କ ନାଟକ ‘ମହର୍ଷି ଦଧିଚି’ର ପୋଥି ପୂଜା ଓ ନାଟ୍ୟକାର ଜେନାଙ୍କ ନିର୍ଦ୍ଦେଶନାରେ ଆଖଡ଼ା ଆରମ୍ଭ ହୋଇଥିଲା । ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ମହାସଂଘର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ସର୍ବଶ୍ରୀ ନାରାୟଣ ନାୟକ, ସତ୍ୟ ନାରାୟଣ ସ୍ୱାଇଁ, ପ୍ରବୀଣ ଡାକୁଆ, ରାମ ଚନ୍ଦ୍ର ନାୟକ, ଗୁଗୁନା ରାଉତ, କେ. ପ୍ରଶାନ୍ତ କୁମାର ପାତ୍ର, ବ୍ରଜ ମୋହନ ସ୍ୱାଇଁ, ଶିବରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସ୍ଥାନୀୟ ବହୁ କଳାକାର ଉପସ୍ଥିତ ରହି ବୈଠକର ଶୋଭା ବିବର୍ଦ୍ଧନ କରିଥିଲେ । ପରିଶେଷରେ ବ୍ଲକ ସଂଯୋଜକ ଈଶ୍ୱର ଚନ୍ଦ୍ର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.