ଅବ୍ୟବସ୍ଥା ଘେରରେ ବଉଳ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ଗ୍ରାମପଞ୍ଚାୟତ ର ବଉଳଗାଁ ଗ୍ରାମରେ ୧୯୫୦ ମସିହାରେ ସ୍ଥାପିତ ସରକାରୀ ଉଚ୍ଚ-ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବିଦ୍ୟାଳୟରେ ଶିକ୍ଷାଦାନ ଓ ପାଠପଢ଼ା ଅଚଳ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଅବହେଳା ଏହି ଶିକ୍ଷାନୁଷ୍ଠାନ ରେ ଷଷ୍ଠ ଶ୍ରେଣୀ ରେ ୨୪ଜଣ ଛାତ୍ର ଛାତ୍ରୀ ପଢୁଥିଲା ବେଳେ ସପ୍ତମ ଶ୍ରେଣୀରେ ୨୮ଜଣ ବିଦ୍ୟାର୍ଥୀ ପାଠ ପଢୁଥିଲା ବେଳେ ଅଷ୍ଟମ ଶ୍ରେଣୀରେ ୩୩ଜଣ ବିଦ୍ୟାର୍ଥୀ ଶିକ୍ଷା ଗ୍ରହଣ କରନ୍ତି ସମୁଦାୟ ଛାତ୍ର ଛାତ୍ରୀ ଙ୍କ ସଂଖ୍ୟା ହେଲା ୮୫ ଜଣ ସେଥି ମଧ୍ୟରୁ ୪୫ଜଣ ଛାତ୍ରୀ ଥିବା ବେଳେ ୪୦ ଜଣ ଛାତ୍ର । ବିଡମ୍ବନା ର ବିଷୟ ଏହି କି ଯେ ଏହି ଶିକ୍ଷା ଅନୁଷ୍ଠାନ ରେ ସରକାରୀ ନିୟମ ଅନୁସାରେ ୩ରୁ ୪ ଜଣ ଶିକ୍ଷକ ଅବସ୍ଥାପିତ ହେବା ସ୍ଥଳେ ଏକ ମାତ୍ର ଶିକ୍ଷକ ତିନୋଟି ଶ୍ରେଣୀ ରେ ଶିକ୍ଷାଦାନ କରୁଛନ୍ତି ଯାହା ଫଳରେ ସମ୍ପୂର୍ଣ ଭାବରେ ଶିକ୍ଷା ବ୍ୟବସ୍ତା ଭୁଶୁଡି ପଡିଛି ଏବଂ ଯଉଁ ଜଣେ ଶିକ୍ଷକ ଶିକ୍ଷାଦାନ ଦେଉଛନ୍ତି ସିଏ ମଧ୍ୟ ଅନ୍ୟ ସ୍କୁଲ ରୁ ଡେପୁଟେସନ ରେ ଆସି ଶିକ୍ଷା ଦାନ କରୁଛନ୍ତି । ଏହା ଦ୍ଵାରା ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର କୁ ଠେଲି ହୋଇଯାଉଛି । ଗ୍ରାମ ବାସୀଙ୍କ ତରଫରୁ ସରପଞ୍ଚ ଶ୍ରମତି ପ୍ରତିମା ଦାସ ଓ ସମିତି ସଭ୍ୟ ଶ୍ରୀଯୁକ୍ତ ରାମ ଚନ୍ଦ୍ର ପରିଡା ଓ ଗ୍ରାମ ବାସି ମିଳିତ ହୋଇ ଏକ ଦାବିପତ୍ର ବ୍ଲକ ଶିକ୍ଷା ଅଧିକାରୀ ଙ୍କ ନିକଟରେ ଦାବି ଜଣାଇ ଛନ୍ତି ଆଗାମୀ ଦିନରେ ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

nis-ad
Leave A Reply

Your email address will not be published.