ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ

ଚିତ୍ରକୋଣ୍ଡା : ଆଜି ଆଦିବାସୀ ଅଧୁଷିତ ଉପାନ୍ତ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଟନେଲକ୍ୟାମ୍ପ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ ଅଧିକାରୀ ଶୁଭସ୍ମିତା ବେହେରା ଙ୍କ ଆହ୍ୱାନ କ୍ରମେ ଟନେଲକ୍ୟାମ୍ପ ଗ୍ରାମ ପଞ୍ଚାୟତ ଅଧୀନ ଦୁର୍ଗମ ବାଗ୍ରୀୟାଗୁଡ଼ା ଗ୍ରାମର ଦୁଇଜଣ ଯଥା କାପୁ ଜାନି, ବୟସ -୨୫ ଙ୍କୁ ଚିତ୍ରକୋଣ୍ଡା ସ୍ଥିତ ପରେବର୍ତ୍ତନ ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ ଶୁକ୍ଲା ପୋଷ୍ୟ ଭାବରେ ଗ୍ରହଣ କରିଥିବା ବେଳେ ସମାନ ବାଗ୍ରୀୟାଗୁଡ଼ା ଗ୍ରାମର ସାବୁ ଜାନି, ବୟସ -୫୦ ଙ୍କୁ ଚିତ୍ରକୋଣ୍ଡା ର ଯୁବ ସାମାଜିକ କର୍ମି ଭାସ୍କର ନାୟକ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର ପ୍ରତୀକ ପ୍ରିୟଦର୍ଶି ଙ୍କ ନିର୍ଦେଶ କ୍ରମେ ବିପିମ କେ ମଣ୍ଟୁ, ପିଏଚଇଓ ଅନେଶ ଚନ୍ଦ୍ର ରାଏ, ଏସଟିଏସ ଅକ୍ଷୟ କୁମାର ତ୍ରିପାଠୀ, ଭିବି ଡିଟିଏସ ପ୍ରସନ୍ନ କୁମାର ସାହୁ, ବିଡ଼ିଏମ କେ ତିରୁମାଳା ରାଓ ଙ୍କ ଉପସ୍ଥିତିରେ ଦୁଇ ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଏବଂ ଆଗାମୀ ୬ ମାସ ପର୍ଯ୍ୟନ୍ତ ଉକ୍ତ ରୋଗୀର ପୋଷକ ତତ୍ତ୍ଵ କୁ ଧ୍ୟାନ ରେ ରଖି ଉତ୍ତମ ପୋଷକ ଯୁକ୍ତ ଆହାରର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମତପୋଷଣ କରିଛନ୍ତି । ଆଜି ସେ ଉକ୍ତ ଦୁଇ ଯକ୍ଷ୍ମା ରୋଗୀ ଙ୍କୁ ଟନେଲକ୍ୟାମ୍ପ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ପରିସରେ କିଛି ପୃଷ୍ଟିଯୁକ୍ତ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ଯକ୍ଷ୍ମା ଭଳି ଦୁରାରୋଗ୍ୟ କୁ ପୁରା ଭାରତବର୍ଷରୁ ମୁଳୋତ୍ପାଟନ ପାଇଁ ନିଜକୁ “ନିକ୍ଷୟ ମିତ୍ର” ଯୋଜନାରେ ସାମିଲ କରି,ଏହି ଭଳି ମହାନ ସ୍ବାସ୍ଥ୍ୟସେବା କାର୍ଯ୍ୟରେ ନିୟୋଜିତ ହେବା ସହ, ଜଣେ ଜଣେ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ଡାକ୍ତର ଆର ପ୍ରତୀକ ପ୍ରିୟଦର୍ଶୀ ସମସ୍ତ ସ୍ୱଚ୍ଛଳ ,ବଦାନ୍ୟ ଓ ସହୃଦୟ ବ୍ୟକ୍ତି ବିଶେଷଙ୍କୁ ଆହ୍ୱାନ କରିଛନ୍ତି । ଭାରତ ବର୍ଷରେ ଯକ୍ଷ୍ମା ରୋଗୀ ମାନଙ୍କୁ ମାସିକ ପାଞ୍ଚ ଶହ ଟଙ୍କା ଲେଖାଏଁ ଦିଆଯାଉଛି ଯାହାକି ତାଙ୍କୁ ସମ୍ପୂର୍ଣ ଭରଣା ପରିପୂରଣ ହେଇପାରୁନାହିଁ ଯେଉଁଥି ପାଇଁ ଅଧିକ ରୋଗୀ ପୋଷଣ ର ଶିକାର ହେଉଛନ୍ତି l ପୋଷଣ ଅଭାବରୁ ବହୁ ଯକ୍ଷ୍ମା ଆକ୍ରାନ୍ତ ରୋଗୀଙ୍କର ମୃତୁ ହେଉଥିବାର ଦେଖିବାକୁ ମିଳିଥିଲା, ପୋଷଣ ତଥା ପୃଷ୍ଟିହୀନତା କୁ ନେଇ ମୃତୁ ବରଣ କୁ ରୋକିବାକୁ ଏଭଳି ଅଭିନଵ ପ୍ରୟାସ କରାଯାଇ ଯକ୍ଷ୍ମା ମୁକ୍ତ ଭାରତ ଗଠନ ନିମନ୍ତେ ଉକ୍ତ ପଦକ୍ଷେପ ନିଆଯାଉଛି l

nis-ad
Leave A Reply

Your email address will not be published.