ଫଲଗୁ ସାହିତ୍ୟ ସଂସଦ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ।

ବ୍ରହ୍ମପୁର : ପ୍ରାଚୀନ ସାହିତ୍ୟ ସଂସଦ ଫଲଗୁ ସାହିତ୍ୟ ସଂସଦ ୩୮ ତମ ବାର୍ଷିକ ଉତ୍ସବ ପାଳନ ଅବସର ରେ ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମ ଆସନ୍ତା ତାରିଖ ୨୯ ଜାନୁଆରୀ ୨୦୨୩ ରେ କେ ସି ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ କରିବା ପାଇଁ ସ୍ଥିର କରାଯାଇଛି। ସ୍ଥାନୀୟ କେ ସି ପବ୍ଲିକ ସ୍କୁଲ ପରିସରରେ ଫଲଗୁ ସାହିତ୍ୟ ସଂସଦର ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯନିର୍ବାହୀ ବୈଠକରେ ସଂସଦର ବହୁ ଗୁରୁତ୍ବ ପୂର୍ଣ ବିଷୟ ଆଲେଚନା କରାଯାଇଥିଲା। ଫଲଗୁ ସାହିତ୍ୟ ସଂସଦର ମୁଖପତ୍ର ଗୁଣାତ୍ମକ ଦିଗ କୁ ଗୁରୁତ୍ବ ଦେଇ ସର୍ବକାଳୀନ ସୁନ୍ଦର ବଳିଷ୍ଠ ପତ୍ରିକା ହେବା ପାଇଁ ଯାଉଥିବା ବିଷୟ ଫଲଗୁ ମୁଖପତ୍ର ମୁଖ୍ଯ ସଂପାଦକ ପ୍ରଫେସର ମେଜର ରମା ରମଣ ପାଢ଼ୀ ସୁଚନା ଦେଇଥିଲେ। ରାଜ୍ୟ ର ବିଭିନ୍ନ ଅଂଚଳରୁ ଶହେରୁ ଉର୍ଦ୍ଧ୍ବ ସାରସ୍ୱତ ପ୍ରତିଭା ଙ୍କ ଲେଖା ପ୍ରାୟ ସତର ଗୋଟି ବିଭାଗ ରେ ପ୍ରକାଶ କରିବା ଫଲଗୁ ସାହିତ୍ୟ ସଂସଦର ସର୍ବକାଳୀନ ବଡ ଉପଲବ୍ଧି ବୋଲି ପ୍ରଫେସର ମେଜର ରମା ରମଣ ପାଢ଼ୀ କହିଛନ୍ତି। ବାର୍ଷିକ ଉତ୍ସବ ପାଳନ ଅବସର ଫଲଗୁ ମୁଖପତ୍ର ଉନ୍ମୋଚନ କରାଯିବ ।
ଆଜିର ଏହି କାର୍ଯ୍ୟକ୍ରମ ରେ ସାଧାରଣ ସଂପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ ବାର୍ଷିକ ଉତ୍ସବ ପାଳନ ଅବସର ରେ ପ୍ରସ୍ତୁତି ସଂପର୍କ ରେ ଜଣାଇଥିଲେ । ଫଲଗୁ ସାହିତ୍ୟ ସଂସଦ ଏହି ବର୍ଷ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ପ୍ରଫେସର ହରିହର ଦାସ ପ୍ରଫେସର ପ୍ରହ୍ଲାଦ ପଣ୍ଡା ସ୍ମାରକୀ ସମ୍ମାନ ପ୍ରଦାନ କରିବା ସହିତ ଜଣେ ବର୍ଷିୟାନ ସାହିତ୍ୟିକ ଙ୍କୁ ଫଲଗୁ ସାହିତ୍ୟ ସମ୍ମାନ ୨୦୨୩ ପ୍ରଦାନ କରିବା ପାଇଁ ସଭାପତି ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ସୁଚନା ଦେଇଥିଲେ।ବ୍ରହ୍ମପୁର ସହର ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ସାହିତ୍ୟିକ କବି ଗବେଷକ ଲେଖକ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଯିବ ବୋଲି କାର୍ଯନିର୍ବାହୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା। ଅନ୍ୟ ମାନଙ୍କ ମଧ୍ଯରେ କୋଷାଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ଦାଶ, ଉପଦେଷ୍ଟା ପ୍ରଫେସର ବ୍ରଜମୋହନ ଶାସମଲ, ଭୀକାରି ଚରଣ ମହାପାତ୍ର ଆଲୋଚନା କରି ଫଲଗୁ ସାହିତ୍ୟ ସଂସଦ ରାଜ୍ଯ ସ୍ତରୀୟ କାର୍ଯ୍ୟକ୍ରମ ରେ ବହୁ ଗୁଣୀ ଜ୍ଞାନୀ ଓ ପ୍ରତିଭା ଯୋଗଦାନ ନିଶ୍ଚିତ ଭାବେ ଭିନ୍ନ ଅନୁଭୂତି ଆଣି ଦେବ ବୋଲି କହିଥିଲେ।ଶେଷରେ ଯୁଗ୍ମ ସଂପାଦକ ଦୀନବନ୍ଧୁ ଶ୍ରୀ ପଲ୍ଲବ ଆଲୋଚନାରେ ଭାଗ ନେବା ସହିତ ଧନ୍ଯବାଦ ଜଣାଥିଲେ।

nis-ad
Leave A Reply

Your email address will not be published.