ପୁଲିସ ଇନଫର୍ମର ଦର୍ଶାଇ ଯୁବକକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫରମରର ଦର୍ଶାଇ ନକ୍ସଲ ଜଣେ ଯୁବକକୁ ହତ୍ୟା କରିଛନ୍ତି। ଦନ୍ତେୱାଡା ଜିଲ୍ଲାର ମାଲେବାହୀ ଥାନା ଅଂଚଳର ଯୁବକ ଜୟରାମ କଶ୍ୟପ କିଛି ଦିନ ତଳେ କଚନାର ଅଂଚଳକୁ ବୁଲିବାକୁ ଯାଇଥିଲା।ତେବେ ଗତ ଦୁଇ ଦିନ ତଳେ ନକ୍ସଲ ଜୟରାମ କଶ୍ୟପକୁ ଅପହରଣ କରି ନେଇଥିଲେ। ପରେ ଜଂଗଲରେ ପ୍ରଜାକୋର୍ଟ ବସାଇ ଜୟରାମକୁ ପୁଲିସ ଇନଫର୍ମର ଦର୍ଶାଇଥିଲେ।

ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡେ ଦାବ ପାଇଁ ନିଷ୍ପତ୍ତି ପରେ ଜୟରାମକୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରି ମାଲେବାହୀ ଛକ ନିକଟରେ ଫିଙ୍ଗି ଚାଲିଯାଇଥିଲେ। ଶବ ନିକଟରେ ଏକ ଚିଠି ମଧ୍ୟ ଛାଡି ଦେଇ ଚାଲିଯାଇଥିଲେ। ଆଜି ସକାଳେ ଗ୍ରାମବାସୀ ଜୟରାମର ଶବକୁ ଚିହ୍ନିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଶବକୁ ଜବତ କରିବା ପରେ ବ୍ୟବଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅଂଚଳରେ ଏବେ ଭୟର ବାତାବରଣ ଖେଳିଯାଇଛି। ନକ୍ସଲ ପୁଣି ଏହି ଅଂଚଳରେ ହିଂସା ଘଟାଇଥିବାରୁ ଆଗକୁ ଆହୁରି ସ୍ଥିତି ଭୟଙ୍କର ହୋଇପାରେ ବୋଲି କୁହାଯାଇଛି।ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।

nis-ad
Leave A Reply

Your email address will not be published.