ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନ କଲେ ଭିକାରୁଣୀ

ଫୁଲବାଣୀ: ଫୁଲବାଣୀ ଶ୍ରୀଜଗନ୍ନାଥ ମନ୍ଦିରକୁ ୧ ଲକ୍ଷ ଟଙ୍କା ଦାନକଲେ ଭିକାରୁଣୀ। ୬୦ ବର୍ଷୀୟା ଏହି ଭିକାରୁଣୀଙ୍କ ନାମ ତୁଳା ବେହେରା। ସେ ଫୁଲବାଣୀ ସହରରେ ଭିକମାଗି ଚଳନ୍ତି। ଏହି ଭିକ ଟଙ୍କା ମଧ୍ୟରୁ କିଛିକିଛି ଟଙ୍କା ତାଙ୍କ ନାମରେ ଥିବା ପୋଷ୍ଟାଲ ଆକାଉଣ୍ଟରେ ଜମା କରୁଥିଲେ। ଏହି ସଞ୍ଚୟ ଟଙ୍କା ମଧ୍ୟରୁ ପ୍ରାୟ ୧ ଲକ୍ଷ ଟଙ୍କାକୁ ସେ ଆଜି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଦାନ କରିଛନ୍ତି।

ତୁଳା କହିଛନ୍ତି, ‘ମୋର ସବୁକିଛି ସେହି ଜଗନ୍ନାଥ। ତାଙ୍କରି ଶରଣ ପଶିଛି। ତାଙ୍କୁ ସବୁ ଦେଇଛି, ଆଗକୁ ବି ଦେବି। ମାଗି ମାଗି ଠୁଳ କରିଥିବା ଟଙ୍କାକୁ ତାଙ୍କୁ ଦେଇଦେଲି। ଏହି ଟଙ୍କା ଶ୍ରୀଜଗନ୍ନାଥଙ୍କ ମନ୍ଦିର ତୋଳିବା କାମରେ ବ୍ୟବହୃତ ହେଉ। ମୁଁ ଏକ ଝୁପୁଡ଼ିରେ ରୁହେ। ହେଲେ ମୋ ସମୟ ତ ସରିଲା, ଆଉ ଘର କ’ଣ ହେବ। ପୁଅ-ଝିଅ ବି କେହି ନାହାନ୍ତି। ତେଣୁ ଶ୍ରୀଜଗନ୍ନାଥଙ୍କୁ ରଖିଥିବା ଟଙ୍କା ଦାନ କରିଦେଲି।’

ଫୁଲବାଣୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ସଭାପତି ସୁନାଶୀର ମହାପାତ୍ର ଓ ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ଏବଂ ଅନ୍ୟ ସଦସ୍ୟ ମାନେ ଏହି ଦାନ ଅର୍ଥକୁ ଗ୍ରହଣ କରିବା ସହ ତୁଳାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ତୁଳାଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର କମିଟିର ଆଜୀବନ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଅନ୍ୟପଟେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ବହନ କରିବାକୁ ମନ୍ଦିର କମିଟି ଦାୟିତ୍ୱ ନେଇଥିବା ସୂଚନା ଦେଇଛନ୍ତି କମିଟିର ସଦସ୍ୟ ରଜତ କୁମାର ମହାନ୍ତି।

nis-ad
Leave A Reply

Your email address will not be published.