ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ହେବା କେନ୍ଦ୍ର ଚାହୁଁ ନାହିଁ: ସସ୍ମିତ ପାତ୍ର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଚାହିଁଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଏଥି ପ୍ରତି ଧ୍ୟାନ ଦେଉନାହାନ୍ତି। ବେଞ୍ଚ ପ୍ରତିଷ୍ଠା ନେଇ ରାଜ୍ୟକୁ ସହଯୋଗ କରୁନାହିଁ କେନ୍ଦ୍ର । ହେଲେ ବିଜେପି ବାରମ୍ବାର ମିଥ୍ୟାରୋପ କରିଆସୁଛି । ଯାହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର। ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଛ କହି ଭୁଆଁ ବୁଲାଉଛନ୍ତି ବିଜେପି ନେତା । ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ କ୍ଷମତା ଦେଇଛି । ହେଲେ ସେମାନେ ଚାହୁଁନାହାନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ ବୋଲି । କେନ୍ଦ୍ର ସରକାର ଅଯଥା ରାଜ୍ୟ ଉପରେ ଦୋଷ ନ ଲଦି ଏଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ସସ୍ମିତ ପାତ୍ର କହିଛନ୍ତି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ଆଜି ବିଜେପି ସାଂସଦ ପେସମିଟ୍‌ କରି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀରବତା ଯୋଗୁଁ ଏଭଳି ଘଟିଲା । ଠିକ୍ ସମୟରେ ପଦକ୍ଷେପ ନିଆଯାଇଥିଲେ ଏହାକୁ ଏଡ଼ାଇ ହୋଇଥାନ୍ତା ବୋଲି ସେ କହିଛନ୍ତି ।

ବିଜେପିର ପ୍ରେସମିଟର ଜବାବ ରଖି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ବିଜେପି ସାଂସଦ ମାନେ କାହିଁକି କେନ୍ଦ୍ର ସରକାରଙ୍କ ଆଗରେ ଦାବି ରଖୁନାହାନ୍ତି । ରାଜ୍ୟ ସରକାର ସବୁବେଳେ ହାଇକୋର୍ଟ ବେଞ୍ଚ ସ୍ଥାପନା ପାଇଁ ସହଯୋଗ କରିଆସିବ ବୋଲି କହିଆସୁଛନ୍ତି । କେନ୍ଦ୍ର ସରକାର ଚାହିଁଲେ ଓଡିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ହୋଇପାରିବ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଅନେକ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି । ୨୦୧୮ ସେପ୍ଟେମ୍ବର ୫ରେ ମଧ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଏଥିରେ ସେ ପ୍ରତିବଦ୍ଧତା ଜଣାଇଥିଲେ ଯେ ଯାହା ଆବଶ୍ୟକତା ରହିଛି ତାହା ରାଜ୍ୟ ସରକାର ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଆଶ୍ଚର୍ଯ୍ୟର କଥା ଯେ କାହିଁକି କେନ୍ଦ୍ର ସରକାର ଓଡିଶା ହାଇକୋର୍ଟଙ୍କ ସହ ଆଲୋଚନା କରନାହାନ୍ତି ତାହା ଚିନ୍ତାର ବିଷୟ । କେନ୍ଦ୍ର ସରକାର ଚାହିଁଲେ ହିଁ ପଶ୍ଚିମ ଓଡିଶାରେ ହାଇକୋର୍ଟରେ ସ୍ଥାୟୀ ବେଞ୍ଚ ହୋଇପାରିବ । ତାର ବାଟ ଅଛି ଯେମିତି ଆମ ସମ୍ବିଧାନର ୟୁନିୟନ ଲିଷ୍ଟ ରହିଛି । ଏଥିରେ ଥିବା ଏଣ୍ଟ୍ରି ୭୮ରେ ଲିପିବଦ୍ଧ ରହିଛି କେଉଁଭଳି ଭାବେ କେନ୍ଦ୍ର ସରକାର ଚାହିଁଲେ ସଂସଦ ମାଧ୍ୟମରେ ପଶ୍ଚିମ ଓଡିଶାର ବେଞ୍ଚ ଗଠନ କରିପାରିବ । ଓଡିଶା ହାଇକୋର୍ଟ ସହ ଆଲୋଚନା କରି ଏହା କରାଯାଇପାରିବ ବୋଲି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ସସ୍ମିତ ପାତ୍ର ଆହୁରି ମଧ୍ୟ କହିଛନ୍ତି ଯେ ବିଜେପି ନେତା ପଶ୍ଚିମ ଓଡ଼ିଶାବାସୀଙ୍କୁ ମିଛ କହି ଭୁଆଁ ନ ବୁଲାଇ କେନ୍ଦ୍ର ସରକାରଙ୍କ ପାଖରେ ଦାବି ରଖନ୍ତୁ।ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କୁ ସମ୍ବିଧାନ କ୍ଷମତା ଦେଇଛି । ହେଲେ ସେମାନେ ଚାହୁଁନାହାନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେଉ ବୋଲି । କେନ୍ଦ୍ର ସରକାର ଅଯଥା ରାଜ୍ୟ ଉପରେ ଦୋଷ ନ ଲଦି ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

nis-ad
Leave A Reply

Your email address will not be published.