ଆରଟିଆଇ ତଥ୍ୟ ଖୋଲିଲା ହିଞ୍ଜିଳିକାଟୁ ବ୍ଳକ ଦୁର୍ନୀତିର ପେଢି…

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଗ୍ରାମପଞ୍ଚାୟତ ରାଳବ ଗ୍ରାମରେ ସୌନ୍ଦର୍ଯ୍ୟ କରଣ ନାମରେ ଗ୍ରାମ୍ୟ ପାର୍କ ନିର୍ମାଣ ରେ ସାଂଘାତିକ ଦୁର୍ନୀତି ଅଭିଯୋଗ । ଏହିଭଳି ଅଭିଯୋଗ କୌଣସି ଉପାନ୍ତ ଅଞ୍ଚଳରୁ ନୁହେଁ ବରଂ ପ୍ରଶାସନର ନାକ ତଳେ ଥିବା ଖୋଦମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ରୁରାଳଵ ପଞ୍ଚାୟତରୁ ଆସିଛି । । ଆରଟିଆଇରୁ ମିଳିଥିବା ଏହି ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି ।ଆରଟିଆଇ ତଥ୍ୟ ଖୋଲିଲା ଆର୍ଥିକ ବର୍ଷ ୨୦୧୯-୨୦ ରେ ରାଳବ ଗ୍ରାମରେ ପାର୍କ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଆସିଥିବା ବେଳେ ଆର୍ଥିକ ବର୍ଷ ୨୦୨୧-୨୨ ରେ ଅସମ୍ପୂର୍ଣ୍ଣ ପାର୍କ ପାଇଁ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ରାଳବ ପଞ୍ଚାୟତର ପାର୍କ ରେ କେବଳ ପୋଖରୀ ରେ ପିଲାର ଛିଡା ହୋଇଥିବା ବେଳେ ଖୋଲା ପଡ଼ିଆରେ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି । ପାର୍କ ନିର୍ମାଣ କାର୍ଯ୍ୟ ଚାଲିଥିବା ପଡ଼ିଆରେ ମାଟି କରେଈଟି ପଡିନଥିବା ଅଭିଯୋଗ କରିଛନ୍ତି। ପାର୍କ ନିର୍ମାଣ ନାମରେ ଲୁଟି ନେଇଥିବା କୁଜି ନେତା ଙ୍କ କଳାକାରନାମା ରାଳବ ଗ୍ରାମର ନିଳା ଭୋଳ ଆରଟିଆଇ ତଥ୍ୟ ସଂଗ୍ରହ କରି କୁଜି ନେତା ଓ ଅଧିକାରୀ ଙ୍କମଧୁଚନ୍ଦ୍ରିକା ପଦାରେ ପକାଇଛି। ପଚାଂୟତ ରେ ସୌନ୍ଦର୍ଯ୍ୟ କରଣ ନିମନ୍ତେ ରାଜ୍ୟ ସରକାର ଵିଭିନ୍ନ ଵ୍ୟବସ୍ଥା କରିଛନ୍ତି । ଏପରିକି ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଆଣିବାକୁ 5’ଟି’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ତେବେ ପଞ୍ଚାୟତ ସ୍ତରରେ ହେଉଥିବା ଏହି ଦୁର୍ନୀତି ବିରୋଧରେ ସରକାର କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁର୍ନୀତିଖୋରଙ୍କୁ ଉଚିତ୍ ଦଣ୍ଡରେ ଦଣ୍ଡିତ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ ।

nis-ad
Leave A Reply

Your email address will not be published.