ଅସୁରକ୍ଷିତ ଅବସ୍ଥା ରେ ଘୋଡାହଡ ନଦୀ ସେତୁ ଯାତ୍ରୀ ହଟ ହଟା…


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଘୋଡାହଡ ନଦୀ ସେତୁ ୧୯୯୮ ମସିହା ରେ ଓଡିଶା ର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଜୁଲାଇ ମାସ ୫ ତାରିଖ ରେ ଶୁଭ ଉଦଘାଟନ କରିଥିଲେ। ପ୍ରତି ବର୍ଷ ମରାମତି ଆଳରେ ଉପରେ ପିଚୁ ପକାଇ ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣା ପଦାରେ ପକାଇଛି। ହିଞ୍ଜିଳିକାଟୁ ଘୋଡାହଡ ନଦୀ ସେତୁ ଅସୁରକ୍ଷିତ ପାଇଁ ଯାତ୍ରୀ ହଟ ହଟା l ପ୍ରତ୍ୟହ ହଜାର ହଜାର ଗାଡି ମୋଟର ଓ ଯାତ୍ରୀ ଯିବା ଆସିବା କରୁଥିବା ଏହି ସେତୁ ଉପରେ ଖାଲ ଖମାରେ ପଡ଼ି ରହିଛି ଏବଂ ଲୁହା ଛଡ ଗାଡି ଚଳାଚଳ ହୋଇ

ସରିଯାଇଥିବା ଦେଖାଯାଉଛି ଏଇ ବ୍ରିଜ ର ଉଭୟ ପାର୍ଶ୍ଵ ରେ ଖାଲ ଢିପ ସହ ପ୍ରଚୁର ବାଲି ଗୋଡି ଜମି ପାଣି ଡ୍ରେନାଇଜ ହେlଇ ନ ପାରି ବ୍ରିଜ ମଝିରେ ମଧ୍ୟ ଅନେକ ଫାଟ ଓ ଗାତ ସୃଷ୍ଟି ହୋଇ ଲୁହା ଛଡ଼ ଉପର କୁ ଟେକି ହୋଇଥିବା ଏବଂ ବ୍ରିଜ ଟି ଆସ୍ତେ ଆସ୍ତେ ଜରାଜୀର୍ଣ୍ଣ ଅବସ୍ଥା କୁ ଗତି କରୁଥିବା ଦେଖିବାକୁ ମିଳିଛି।ଫଳରେ ଆଗାମୀ ଦିନରେ ବିପଦ ରହିଥିବା ର ଆଶଙ୍କାକୁ ଏଡାଇ ଦିଆ ଯାଇନପାରେ ।ଆସିକା ଠାରୁ ବ୍ରହ୍ମପୁର ମଧ୍ୟରେ ହିଞ୍ଜିଳିକାଟୁ ଖଣ୍ଡରା ଗ୍ରାମ ଛକ ନିକଟରେ ଥିବା ଘୋଡାହଡ ନଦୀ ଉପରେ ଥିବା ସେତୁ ର ଅନେକ ସ୍ଥାନରେ ଗର୍ତ ହେବା ସହ ଉପର ଭାଗରେ ଫାଟ ସୃଷ୍ଟି ହୋଇଛି। ଏନ ହେଚ ୫୯ ରାସ୍ତାରେ ଥିବା ଏହି ସେତୁ ୨୪ ଵର୍ଷ ଵିତିଗଲାଣି। ଵିଭାଗିୟ ଅଧିକାରୀ ଙ୍କ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ଏପରି ହୋଇଥିବା ଯାତ୍ରୀ ମାନେ କହିଛନ୍ତି। ଵିଭାଗିୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା ଦାଵି କରିଛନ୍ତି।

nis-ad
Leave A Reply

Your email address will not be published.