ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ସମ୍ପ୍ରସାରଣ ଗଞ୍ଜାମବାସୀଙ୍କୁ ଲଲିପପ୍ :ବରିଷ୍ଠ କଂଗ୍ରେସ ନେତା ଓ ପିସିସି ସଭ୍ୟ “ପୀତବାସ ପଣ୍ଡା “


ବ୍ରହ୍ମପୁର : ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ସମ୍ପ୍ରସାରଣ ପ୍ରସ୍ତାବ ବ୍ରହ୍ମପୁର ତଥା ଦକ୍ଷିଣ ଓଡ଼ିଶା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଆଉ ଏକ ଉଦାହରଣ। ଏହା ସହ ଉଚ୍ଚ ଶିକ୍ଷା ର ବିକାଶ ପ୍ରତି ସରକାରଙ୍କ ବିମୁଖତା କୁ ପ୍ରମାଣିତ କରିଛି। ରଙ୍ଗେଇଲୁଣ୍ଡା ଏୟାରପୋର୍ଟ ସମ୍ପ୍ରସାରଣ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୨୫ ଏକର ଜମି ଛାଡିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ବିଭାଗ। ଏହା ବିଶ୍ୱବିଦ୍ୟାଳୟର ଗବେଷଣାତ୍ମକ ଶିକ୍ଷା ଓ ବିକାଶ ଦିଗରେ ବାଧା ସୃଷ୍ଟି କରିବ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟକୁ ଓଏସ୍ଆରଟିସିର ଦୁଇ ଏକର ଜମି ଦେବାକୁ ସରକାର ପଛଘୁଞ୍ଚା ଦେଉଥିବା ବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ ଏକର ଜମି ଦେବାକୁ କହିବା ଉଚ୍ଚ ଶିକ୍ଷା ଦିଗରେ ସରକାରଙ୍କ ଚରମ ଅବହେଳାର ନିଦର୍ଶନ। ଏଭଳି ଶିକ୍ଷା ବିରୋଧୀ ନୀତିରୁ କ୍ଷାନ୍ତ ରହିବାକୁ ପ୍ରଦେଶ କଂଗ୍ରେସ କମିଟି ସଭ୍ୟ ତଥା ଆଇନଜୀବୀ ପୀତବାସ ପଣ୍ଡା ଦାବି କରିଛନ୍ତି। ଏଣୁ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ସମ୍ପ୍ରସାରଣ ପରିବର୍ତ୍ତେ ବିକଳ୍ପ ଜମିରେ ଗ୍ରୀନ୍ ଫିଲଡ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ତପ୍ତର ହେବାକୁ ସେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଓଡ଼ିଶାର ସର୍ବପୁରାତନ ସହର ବ୍ରହ୍ମପୁର, ୧୫୫ ବର୍ଷ ପୁରୁଣା ମ୍ୟୁନିସିପାଲଟି। ରାଜ୍ୟ ଶିକ୍ଷା ଓ ବାଣିଜ୍ୟର ପେଣ୍ଠସ୍ଥଳ। ଦକ୍ଷିଣ ଓଡ଼ିଶା ଓ ବ୍ରହ୍ମପୁରରୁ ପ୍ରତିଦିନ ଶହ ଶହ ଯାତ୍ରୀ ଭୁବନେଶ୍ଵରର ଓ ବିଶାଖାପାଟଣା ବିମାନ ବନ୍ଦରରୁ ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ ସମେତ ଦେଶର ବିଭିନ୍ନ ସହରକୁ ବିମାନ ଯାତ୍ରା କରୁଛନ୍ତି। ଏଣୁ ଏୟାରଷ୍ଟ୍ରିପ୍ ଲୋକଙ୍କ ଚାହିଦା ପୂରଣ ହୋଇପାରିବ ନାହିଁ। ଉଡ଼ାଣ ଯୋଜନାରେ ୨B ଟାଇପ ଏୟାରଷ୍ଟ୍ରିପ୍ ନିର୍ମାଣ କରିବା ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏଠାରୁ ୮/୧୦ ସିଟ ବିଶିଷ୍ଟ ଛୋଟ ଫ୍ଲାଇଟ୍ ଉଡ଼ାଣ କରିବ। ଏହା ବ୍ରହ୍ମପୁର ଭଳି ବିକାଶଶୀଳ ସହରକୁ ଯଥେଷ୍ଟ ହେବ ନାହିଁ। ଅନ୍ୟପକ୍ଷରେ ଏହି କ୍ଷୁଦ୍ର ଏୟାରଷ୍ଟ୍ରିପ୍ରୁ ଚାର୍ଟର ଫ୍ଲାଇଟ୍ ରେ ଯାତ୍ରା ମହଙ୍ଗା ହେବ। ସାଧାରଣ ଯାତ୍ରୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ ନାହିଁ।ବିଡିଏ ପ୍ରସ୍ତୁତ କରିଥିବା ସିଡିପି ରେ ବ୍ରହ୍ମପୁର ନିକଟ ଲକ୍ଷ୍ମୀପୁର ଠାରେ ୩୦୦ ଏକର ଜମି ବିମାନ ବନ୍ଦର ପାଇଁ ଚିହ୍ନଟ ହୋଇଛି। ଏହାଛଡ଼ା ଗଞ୍ଜୁ ଠାରେ ୨୦୦ ଏକର ଜମିରେ ଏୟାରପୋର୍ଟ ନିର୍ମାଣ ପ୍ରସ୍ତାବ ଥିଲା। ହୁମା ଲବଣ ଜମିରେ ଏୟାରପୋର୍ଟ କରିବାକୁ ସଂସଦରେ ଆଲୋଚନା ହୋଇଥିଲା। ଟାଟା ଅଧିକୃତ ଜମିରେ ବି ଗ୍ରୀନ୍ ଫିଲଡ ଏୟାରପୋର୍ଟ କରିବାରେ ଅସୁବିଧା ନାହିଁ। ତେବେ ସରକାର ଏସବୁ ପ୍ରସ୍ତାବକୁ ବିଚାରକୁ ନନେଇ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଛରେ ଦୌଡିବା ବ୍ରହ୍ମପୁର ସହରବାସୀ ତଥା ଗଞ୍ଜାମଙ୍କୁ ଲଲିପପ୍ ଛଡ଼ା ଆଉ କିଛି ନୁହଁ ବୋଲି ଗଞ୍ଜାମ ଜିଲ୍ଲା କଂଗ୍ରେସ ହୃଦବୋଧ କ |

      

nis-ad
Leave A Reply

Your email address will not be published.