ଖାଲରେ ଗାଧୋଇବାକୁ ଯାଇ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅନ୍ତେବାସୀଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ପୋଚିଲିମା ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ନିକଟରେ ପାହାଡ ପାଦ ଦେଶରେ ଥିବା ଖାଲରେ ବୁଡି ଜଣେ ଶିଳ୍ପତାଲିମ କେନ୍ଦ୍ର ର ଛାତ୍ର ଙ୍କ ଅକାଳ ବିୟୋଗ ଘଟିଛି। ତହସିଲ ଅଧିକାରୀ ଙ୍କ ଗୋଚରରେ ପାହାଡ ବ୍ଲାଷ୍ଟ କରି ପଥର ଲୁଟି ନେଇ ଖାଲ ଖମାରେ ପାଣି ରହି ଗାଡିଆ ହୋଇଛି। ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ପୋଚିଲିମା ଠାରେ ଥିବା ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ର ପ୍ରଥମ ବର୍ଷ ଇଲେକ୍ଟ୍ରୋନିକ ଟ୍ରେଡ ର ଛାତ୍ର ସାଇ ସଞ୍ଜୀବ ତ୍ରିପାଠୀ (୧୯) ଈଲୋକ୍ଟ୍ରନିକ ଟ୍ରେଡରରେ ପ୍ରଥମ ଵର୍ଷ ପଢୁ ଛାତ୍ର। ଶନିବାର ୧୧ ଘଣ୍ଟିକା ସମୟରୁ ହଷ୍ଟେଲ ରୁ ବାହାରି ସଞ୍ଜୀବ ଓ ସହପାଠୀ ୫ ଜଣ ଅନ୍ତେବାସୀ ଙ୍କ ସହ ହୋଷ୍ଟେଲ ନିକଟରେ ଥିବା ଏକ ଗାଡିଆ ଠାରେ ଗାଧୁଆ ଥିବା ସମୟରେ ଗଭୀର ଜଳରେ ବୁଢ଼ି ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟମାନେ ସେଠାରୁ ଚାଲିଯାଇଥିଲେ । ପରେ ହଷ୍ଟେଲ ଛାତ୍ର ଓ ସେଠାରେ ଥିବା ଗ୍ରାମ ବାସୀ ପହଞ୍ଚି ଛାତ୍ର କୁ ଉଦ୍ଧାର କରିଥିଲେ।ଏହାପରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ସାଈ ସଞ୍ଜୀବ ଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଛାତ୍ର ଙ୍କ ବାପା ଭଞ୍ଜନଗର ନିକଟ ବଡକୋଦଣ୍ଡା ବାଉଁଶଲୁଣ୍ଡି ଗ୍ରାମର ଶିବରାମ ତ୍ରିପାଠୀ ପୁଅର ମୃତ୍ୟୁ କୁ ନେଇ ପୁଅ କିପରି ଵାହାରକୁ ଗଲା ବୋଲି ପ୍ରଶ୍ନ କରିଛନ୍ତି।

ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏହି ସରକାରୀ ଅନୁଷ୍ଠାନ ରେ ଦୂର ଦୁରାନ୍ତ ରୁ ଆସି ଅଧ୍ୟୟନ କରୁଥିବା ବେଳେ ହଷ୍ଟେଲ ପରିସର ରେ ସବୁ ସୁବିଧା ଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଠାରୁ ଶିକ୍ଷା ଏବଂ ହଷ୍ଟେଲ ରେ ସରକାର ତରଫରୁ ସମସ୍ତ ବ୍ୟବସ୍ଥା ଥିବା ସତ୍ତ୍ୱେ ଅନ୍ତେବାସୀ ଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରୁଥିବା ଏପରିକି ପୂତି ଗନ୍ଧମୟ ପରିଵେଶ ସହ ବିଗତ ଦିନରେ ହୋଷ୍ଟେଲ ର ପୂର୍ବତନ ଅଧିକାରୀ ଙ୍କ ବିରୁଦ୍ଧରେ କେନ୍ଦ୍ର ଫାଠକ ଆଗରେ ଜଳାପୋଡା ସହ ଛାତ୍ର ଛାତ୍ରୀ ମାନେ ତୁମୁଳକାଣ୍ଡ ଘଟାଇଥିଲେ।ଏହି ଘଟଣା ପରେ ଜଣା ଯାଉଛି ପ୍ରତି ଦିନ ଅନ୍ତେବାସୀ ଛାତ୍ରାବାସ ରୁ ବାହାରକୁ ଯାଉଛନ୍ତି। ଅନ୍ତେବାସୀ ଯେଉଁପରି ଭାବେ ବିପଦପୂର୍ଣ୍ଣ ଉପାୟରେ ବାହାରକୁ ଯାଉଛନ୍ତି, ଏହାକୁ ହଷ୍ଟେଲ କର୍ତ୍ତୃପକ୍ଷ ଙ୍କ ନିଘା ନାହିଁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। । ଏହିପରି ଘଟଣା ପରେ ମଧ୍ୟ ଶିକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ଙ୍କ ଚରମ ଅବହେଳା ରୁ ଏହିପରି ଦୁର୍ଘଟଣା ଘଟିଥିବା ଜଣା ଯାଉଛି।ଏହି ପରି ଶିକ୍ଷା ଅନୁଷ୍ଠାନ ଗୁଡିକ ପ୍ରତି ଅଞ୍ଚଳ ବାସୀ ଙ୍କ ମନରେ କୋହ ଧୀରେ ଧୀରେ ଦାନା ବାନ୍ଧୁଥିବା ବେଳେ ଆଗକୁ ପ୍ରଶାସନ ଯଥା ଶୀଘ୍ର ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣ ରେ ଦାବୀ ହୋଇଛି ।ଏନେଇ ଶିକ୍ଷା କେନ୍ଦ୍ର ହୋଷ୍ଟେଲ ଅଧିକାରୀ ଶାନ୍ତୁନୁ ଘୋଷ ଙ୍କ ସହ ଯୋଗାଯୋଗ କରିବାରୁ ହୋଷ୍ଟେଲ ପାଚେରୀ ନିର୍ମାଣ କାର୍ଯ୍ୟ ହୋଈନଥୀବା ସହ ଵହୂ ଅସୁବିଧା ଵିଷୟରେ ଶିଳ୍ପ କେନ୍ଦ୍ର ଅଧ୍ୟକ୍ଷ ଙ୍କ ଦୃଷ୍ଟି ଗୋଚର କରିଥିବା କହିଛନ୍ତି। ହିଞ୍ଜିଳିକାଟୁ ଥାନା ଏସଆଇ ସିଦ୍ଧାର୍ଥ ଜେନା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଵ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଘଟଣାର ତଦନ୍ତ କରୁଛନ୍ତି। ଥାନା ତରଫରୁ ଅପମୃତ୍ୟୁ ୩୦ /୨୨ ମାମଲା ରୁଜୁ କରି ତଦନ୍ତକରିଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

nis-ad
Leave A Reply

Your email address will not be published.