ସରସ୍ବତୀ ଶିଶୁ ମନ୍ଦିରର ଶିଶୁଉତ୍ସବର ପୁରସ୍କାର ବିତରଣ

ଉମରକୋଟ : ରାଇଘର ବ୍ଲକର କଦୋଭାଟା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଶିଶୁ ଉତ୍ସବର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି ଶିଶୁ ଉତ୍ସବର ମୁଖ୍ୟ ନାଚ, କବିତା, ସୃତି ଲେଖନ, ବକ୍ତୃତା ଓ ବିଭିନ୍ନ ପ୍ରତିଯୋଗିତାରେ କୁନି କୁନି ଝିଅ ପୁଅ ଭାଗ ନେଇଥିଲେ | ଆଜିର ଏହି ଶିଶୁ ଉତ୍ସବଟି ସରସ୍ବତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ମାନ ସିଂ ଗୌଡ଼ ପରିଚାଳନା କରିଥିଲେ | ଏଥିରେ ସ୍କୁଲର ଶ୍ରୀ ସଦନ ବେଶ୍ରା, ଚନ୍ଦନା ବିଶ୍ୱାସ, ପୁଷ୍ପାଞ୍ଜଳି ପାଣିଗ୍ରାହୀ,ପ୍ରଭାଞ୍ଜଲି ବାଘ, ପ୍ରଜ୍ଞା ପରମିତା ସାମନ୍ତସିଂହାର, ପୁଣମ ବିଶ୍ୱାସ ଓ ଆୟା ସୂର୍ଯ୍ୟମଣି ଜଗତ ପ୍ରମୁଖ ସହଯୋଗ କରି ସୁଚାରୁ ଭାବରେ ଏହି ଉତ୍ସବଟି ତୁଲେଇ ଥିଲେ l ଯେଉଁ ପିଲାମାନେ କୃତିତ୍ୱ ହାସଲ କରି ପାରି ନ ଥିଲେ ସେମାନଙ୍କୁ ସାନ୍ତ୍ବନା ପୁରସ୍କାର ଦେଇ ପ୍ରଧାନ ଆଚାର୍ଯ୍ୟ କହିଲେ, ମନ ଦୁଃଖ ନ କରି ଆଗାମୀ ଶିଶୁ ଉତ୍ସବ ପାଇଁ ସମସ୍ତେ ଆଉରି ଭଲ ପ୍ରଦର୍ଶନ ଦେଖାଇ କୃତିତ୍ବ ହାସଲ କରି ପାରିବ | ତାର ପାଇଁ ଭଲ ପାଠ ପଡ଼ିବାକୁ ଉପଦେଶ ଦେଲେ, ଅନ୍ତିମରେ ସବୁ ଛାତ୍ରୀଛାତ୍ର ଓ ଗୁରୁମା ଗୁରୁଜୀ ମାନେ ସ୍ମୃତି ଭଜନ ଗାନ କରି ସମାପ୍ତ କଲେ |

nis-ad
Leave A Reply

Your email address will not be published.