ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ, ଫୁଲବାଣୀରେ ୬.୬ ଡିଗ୍ରୀ ଓ ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ ତାପମାତ୍ରା

ଫୁଲବାଣୀ : କିଛି ଦିନର ବ୍ୟବଧାନ ପରେ କନ୍ଧମାଳକୁ ପୁଣି ଶୀତ ଫେରିଛି l ସମଗ୍ର କନ୍ଧମାଳ ଏବେ ଜାଡରେ ଥରୁଛି । ପାରଦ ଦିନକୁ ଦିନ ଖସିବାରେ ଲାଗିଛି ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି ତା ସାଙ୍ଗକୁ ସକାଳ ୯ଟା ଯାଏ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି। ଶୁକ୍ରବାର ଆଜି ଫୁଲବାଣୀରେ ୬.୬ ଡିଗ୍ରୀ ଥିବା ବେଳେ ଓ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ତାପମାତ୍ରା ୮.୫ ଡିଗ୍ରୀକୁ ଖସି ଆସିଛି ଲ ସେହିପରି ଜି ଉଦୟଗିରି ରେ ଥିବା କୃଷି ବିଭାଗର ଏଗ୍ରୋମେଟ୍ ଫିଲ୍ଡ ୟୁନିଟ୍ (AMFU) ତାପମାତ୍ରା ରେକର୍ଡ଼ ଅନୁସାରେ ୬ ଡିଗ୍ରୀ ସେଲସିୟସ ରହିଥିବା ଜଣାପଡ଼ିଛି l ଗତକାଲି ଗୁରୁବାର ଫୁଲବାଣିରେ ୯ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ସେଲସିୟସ ଥିଲା l ଏବେ ଘନ କୁହୁଡିର ଚାଦର ତଳେ ସାରା କନ୍ଧମାଳ । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁନାହାନ୍ତି ଲୋକେ ସେପଟେ ସଞ୍ଜ ନଇଁବା କ୍ଷଣି ଏବେ ପୁଣି ଦୁଇ ଦିନ ହେଲା ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି ତା ସାଙ୍ଗକୁ ଦୋକାନ ବଜାରବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ଏବେ ନିଆଁ ଜାଳି ନିଆଁ ପାଖରେ ଦିନ ରାତି ବସି ରହୁଛନ୍ତି । ଦିନ ମଜୁରିଆ ମାନେ ଥଣ୍ଡା ଯୋଗୁଁ କାମକୁ ଯାଇ ପାରୁନାହାନ୍ତି l ଆଗକୁ ଆହୁରି ତାପମାତ୍ରା ଖସିବାର ସମ୍ଭାବନା ରହିଛି l ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ମଧ୍ୟ ଚାହିଦା ବଢିବାରେ ଲାଗିଛି । ଫଳରେ ଗାଁରୁ ସହର ଯାଏ ଗରମ ପୋଷାକର ପସରା ମେଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି । ସେହିପରି ଜ଼ିଲ୍ଲା ର ଜି ଉଦୟଗିରି ବ୍ଲକରେ ମଧ୍ଯ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି l ଏପରିକି ଗାଈ ଗୋରୁ ମଧ୍ଯ ନିଆଁ ମୂଳେ ଥିବାର ଦେଖିବାକୁ ମିଳିଛି l

nis-ad
Leave A Reply

Your email address will not be published.