ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୪ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ ଜୋରିମାନା

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୧୩ ବର୍ଷ ନାବାଳିକାର ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଅଭିଯୁକ୍ତ ସୁଧାଂଶୁ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ଆଉ ୧ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ପି.ପି. ରଶ୍ମିତା ମହାପାତ୍ର ମାମଲାକୁ ପରିଚାଳନା କରୁଥିଲେ।
ସୁଚନା ଅନୁସାରେ ନାବାଳିକା ଜଣକ ତାର ସମ୍ପର୍କୀୟ ଦାଦା ଘରକୁ
ଟିଭି ଦେଖିବାକୁ ଯାଇଥିଲା l ଖୁଡୀଙ୍କ ଅନୁପସ୍ଥିତିରେ ଏକୁଟିଆର ସୁଯୋଗ ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ଲିଖିତ ରହିଛି l ଏନେଇ ପୀଡିତା ପରିବାର ୧୭/୯/ ୨୦୧୭ ରେ ଦାରିଙ୍ଗବାଡ଼ି ଥାନାରେ ଏତଲା ଦେଇ ଥିଲେ l ଏତଲା ପ୍ରକାରେ ଥାନା ଅଧିକାରୀ ୯୦ /୨୦୧୭ ଏକ ମାମଲା ରୁଜୁ କରି ଥାନାଧିକାରୀ ଅଭିଯୁକ୍ତକୁ ଗିରଫ କରି ଅଦାଲତରେ ହାଜର କରାଇଥିଲେ। ଆଜି ତା ୯.୧୧.୨୦୨୨ରିଖରେ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.