ମଧ୍ୟାହ୍ନ ଭୋଜନ ଅନିୟମିତତା ନେଇ ଯୋଗିଆପଲ୍ଲୀ ଗ୍ରାମ ବାସି ଘେରିଲେ ଡିଇଓ ଅଫିସ…

ବ୍ରହ୍ମପୁର :-ପ୍ରାୟ ଦେଢ଼ ମାସ ନେଇ ଯୋଗିଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅନିୟମିତତା କୁ  ନେଇ ଅଭିଯୋଗ ହୋଇ ଆସୁଥିଲା l ଏହି ପରିପେକ୍ଷି ରେ  ଆଜି ଜ଼ିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକପତ୍ର ଦେଇଥିଲେ ଗ୍ରାମ ବାସୀ  l ଓ ସମସ୍ୟାର ସମାଧାନ ନ ହେଲେ ଗ୍ରାମବାସି ଜ଼ିଲ୍ଲା ଶିକ୍ଷାଅଧିକାରୀ କାଯ୍ୟlଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି l ପ୍ରକାଶ ଥାଉକି ଯୋଗାଆପଲ୍ଲୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି l ସେ ଦୀର୍ଘ ଦିନ ଧରି ଛୁଟିରେ ରହି ଆସୁଛନ୍ତି l ଇତି ମଧ୍ୟରେ ବିଦ୍ୟାଳୟର କୌଣସି ଦାଇତ୍ୱ ହସ୍ତlନ୍ତର ହୋଇ ନଥିବାରୁ ଗତ

୨୭.୧0.୨0୨୨ ଦିନ ବ୍ଲକ ଶିକ୍ଷା ଅଧିକାରୀ ଆସି କେବଳ ଚାଉଳ ମଧ୍ୟାହ୍ନ ଭୋଜନ ନିମନ୍ତେ ହସ୍ତାନ୍ତର କରିଥିଲେ ଓ ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ରଙ୍କୁ ଦାଇତ୍ୱ ଦେବେ ବୋଲି କହି ଯାଇଥିଲେ, ଇତି ମଧ୍ୟରେ ଅଳକା ମିଶ୍ର ଆଉ ଦୁଇ ଥର ଛୁଟି ବଢ଼ାଇଛନ୍ତି l ଯାହା ଫଳରେ ବିଦ୍ୟାଳୟର ପରିଚlଳନା ପାଇଁ ଘୋର ସମସ୍ୟା ଦେଖାଯାଇଛି l ପ୍ରଥମ ହେଲା ନୂତନ ପିଲାଙ୍କ ଜୈଇନ କରିବା ଏବଂ ସାର୍ଟିପିକେଟ ଦେବାରେ ଅସୁବିଧା,ଦ୍ୱିତୀୟରେ ପିଲାମାନଙ୍କ ପୋଷାକ ଏବଂ ବୁଟ କିଛି ପାଇନାହାନ୍ତି, ଏନେଇ ଅଭିଭାବଗମାନେ ବାରମ୍ବାର ବିଦ୍ୟାଳୟକୁ ଯାଉଛନ୍ତି ଓ କମିଟି ସଭ୍ୟ ଓ ସଭ୍ୟlଙ୍କୁ ସ୍କୁଲର ସମସ୍ୟା କେବେ ଦୂର ହେବ ବୋଲି ପଚାରାଉଛନ୍ତି l ଏହାସହ କୋରାନ ସମୟରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ପାଇନଥିବା ନଜରକୁ ଆସିଛି ଏନେଇ ଅଭିଭାବଗ ମାନେ ବାରମ୍ବାର ସ୍କୁଲ କତୃପକ୍ଷ ପକ୍ଷଙ୍କୁ ଅଭିଯୋଗ କରିଆସିଛନ୍ତି l ଏନେଇ ସ୍କୁଲର କୌଣସି ସମ୍ପୂର୍ଣ୍ଣ ଦାଇତ୍ୱ ଦେଇନଥିବା ଯୋଗୁଁ ମଧ୍ୟାହ୍ନ ଭୋଜନରେ ଅନିୟମିତତା ଦେଖାଦେଇଛି l ଯଦି ଏହାର ଯଥା ଶୀଘ୍ର ସମାଧାନ ନ ହେଲେ ପ୍ରାୟ ୨ ସହ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବେ ଓ ଗ୍ରାମବାସି ବିଦ୍ୟାଳୟରେ ତାଲା ପକାଇବୁ ବୋଲି ଚେତାବନୀ ଦେଇଛନ୍ତି l ଆଜି ସ୍କୁଲର ପରିଚଳନା କମିଟି ସୁଶାନ୍ତ କୁମାର ପଣ୍ଡା, ଗୁରୁଣ୍ଠି ପଞ୍ଚାୟତ ସରପଞ୍ଚ ବି. ମାଗତା ପାତ୍ର, ମନୋଜ କୁମାର ପଣ୍ଡା, ବାବୁଲା ଗୌଡ଼,ବିଜୟ ସେଠୀ, ବ୍ରଜ ସାହୁ, ଭୀମ ସେନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.