ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ମାଣ୍ଡୋସ

ଭୁବନେଶ୍ୱର, ୦୬।୧୨: ଅବପାତରେ ପରିଣତ ହେଲା ଆଣ୍ଡାମାନ ସାଗରରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏବେ ଏହା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୮ ତାରିଖ ବେଳକୁ ତାମିଲନାଡୁ-ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ।  କାଲି ନେବ ଗଭୀର ଅବପାତର ରୂପ ।

ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
ଓଡ଼ିଶାରେ ସିଧାସଳଖ ପ୍ରଭାବ ପଡ଼ିବାର କୌଣସି ଆଶଙ୍କା ନାହିଁ । ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଜଳବାୟୁ ପରିବର୍ତ୍ତନର ବଡ ପ୍ରଭାବ ପଡୁଛି । ଡିସେମ୍ବର ଶେଷଯାଏଁ ହାଡଭଙ୍ଗା ଶୀତ ମଧ୍ୟ ନାହିଁ । ଗତକାଲି ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେଉଛି । ଆସନ୍ତା ୮ ତାରିଖ ମଧ୍ୟରେ ବାତ୍ୟାର ରୂପ ନେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ-ପୁଡୁଚେରୀ ତଥା ଦକ୍ଷିଣ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ।

ତାମିଲନାଡୁ, ଆନ୍ଧ୍ର ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଆଶଙ୍କା
ଯାହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ସମେତ ଘଣ୍ଟାପ୍ରତି ୭୦ ରୁ ୯୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଇଏମ୍‌ଡି କହିଛି । ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଜଳବାୟୁ ପରିବର୍ତ୍ତନ ପାଇଁ ବଙ୍ଗୋପସାଗରରେ ବାରମ୍ବାର ସୃଷ୍ଟି ହେଉଛି ସିଷ୍ଟମ
ସେପଟେ ଜଳବାୟୁ ପରିବର୍ତ୍ତନ ପାଇଁ ବଙ୍ଗୋପସାଗରରେ ବାରମ୍ବାର ସୃଷ୍ଟି ହେଉଛି ସିଷ୍ଟମ । ଫଳରେ ଓଡ଼ିଶାକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବାହ ବୃଦ୍ଧି ହୋଇଛି । ଯାହା କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟକୁ ସକ୍ରିୟ ହେବାକୁ ଦେଉନାହିଁ । ଏହାର ପ୍ରଭାବରେ ଶୀତ ଲହରୀ ପରିବର୍ତ୍ତେ ସ୍ବାଭାବିକ ଠାରୁ ୪ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହୋଇଛି ।

ବାତ୍ୟା ପ୍ରଭାବ ରେ ଶୀତର ପରିମାଣ ବୃଦ୍ଧି ପାଇବ
ପାଣିପାଗର ଏଭଳି ମିଜାଜ୍ ପାଇଁ ଚଳିତ ଡିସେମ୍ବର ମାସରେ ହାଡଭଙ୍ଗା ଶୀତ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଗାମୀ ଦିନରେ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ତାପମାତ୍ରା ରହିବା ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକ ରହିବ ।ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ତାପମାତ୍ରା ଅଧିକ ରହୁଛି  । ବାତ୍ୟା ପ୍ରଭାବ ରେ ଶୀତର ପରିମାଣ ବୃଦ୍ଧି ପାଇବ

nis-ad
Leave A Reply

Your email address will not be published.