କଟକ : ଚାକିରି ଲୋଭରେ ଆସିଥିଲେ ନାବାଳିକା । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଫିଟୁଛି ଗୁମର । ସିଡବ୍ଲୁସି ନିକଟରେ ଚାଞ୍ଚଲ୍ୟକର ବୟାନ । ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାକୁ କଟକ ଅଣାଯାଇଥିଲା । ପରେ ତାଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରାଯାଇଥିଲା ।
କୌଣସ ମତେ ସେ ଖସି ଆସି ମଧୂପାଟଣା ଅଞ୍ଚଳରେ ବୁଲୁଥିବା ବେଳେ ପୋଲିସ ତାକୁ ଉଦ୍ଧାର କରି ପ୍ରଥମେ ଚାଇଲଡ୍ କେୟାର ହୋମ ପରେ ସିଡବ୍ଲୁ ସି ଜିମାରେ ଦେଇଥିଲା । ପଚରାଉଚରା ବେଳେ ନାବାଳିକା ଜଣଙ୍କ ଏହି ଚାଞ୍ଚଲ୍ୟକର ତଥ୍ୟ ଦେଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ।
ଘଟଣାକୁ ନେଇ ମଧୁପାଟଣା ଥାନାରେ ପୋକସୋ ଆକ୍ଟରେ ମାମଲା ରୁଜୁ ହୋଇଛି । ଗତ ୯ ତାରିଖରେ କଟକ ମଧୁପାଟଣାରେ ନାବାଳିକା ଜଣଙ୍କ ଉଦ୍ଧାର ହୋଇଥିଲେ । ଜୋନ-୬ ଏସିପିଙ୍କ ନେତୃତ୍ବରେ ଏକ ଟିମ ଅଭିଯୁକ୍ତକୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଛି । ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଥିବା କହିଛନ୍ତି ଡିସିପି ।
କଟକରେ ବାଂଲା ଯୁବତୀଙ୍କ ଉଦ୍ଧାର ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଭୁବନେଶ୍ବରରେ ତୀକ୍ଷ୍ଣ ନଜର ରଖିଛି କମିଶନରେଟ୍ ପୋଲିସ। ପୋଲିସ ଇଣ୍ଟେଲିଜେନ୍ସି ମଧ୍ୟ କଡ଼ା ନଜର ରଖିଛି। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି।