୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ମହିଳା ଗିରଫ

ଢେଙ୍କାନାଳ, ୦୬।୧୨: ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଢେଙ୍କାନାଳରେ ଚଢ଼ାଉ କରାଯାଇ ବ୍ରାଉନସୁଗାର ସହ ଗଞ୍ଜେଇ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ଢେଙ୍କାନାଳ ସହରର ଲକ୍ଷ୍ମୀବଜାରରେ ଚଢ଼ାଉ କରି ଅବକାରୀ ସ୍କ୍ୱାର୍ଡ ୬୮ଗ୍ରାମର ଏହି ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସହରର ଲକ୍ଷ୍ମୀ ବଜାର ଅଂଚଳରେ ବ୍ରାଉନସୁଗାରର ବେପାର କରୁଥିବା ଶାନ୍ତିଲତା ସ୍ୱାଇଁ ନାମକ ଜଣେ ମହିଳାଙ୍କୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ । ସେପଟେ ମହିଷାପାଟ ଅଂଚଳରୁ ୫କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଜଣେ ଯୁବକ ଏକ ସ୍କୁଟିରେ ଏହି ଗଞ୍ଜେଇକୁ ନେଇ ଢେଙ୍କାନାଳ ସହର ଆଡ଼କୁ ଯାଉଥିବାବେଳେ ଅବକାରୀ ସ୍କ୍ୱାର୍ଡ ତାଙ୍କୁ କାବୁ କରିଛି । ଏ ସଂକ୍ରାନ୍ତରେ ଅବକାରୀ ସ୍କ୍ୱାର୍ଡ ଦିଲୀପ ସେନାପତି ନାମକ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଯୁବକ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଶଙ୍କରପୁର ଅଂଚଳରର ବୋଲି ଜଣାପଡିଛି।

nis-ad
Leave A Reply

Your email address will not be published.