ଧାରଣାରେ ବସି ବାହାରିଲାନି ନିଷ୍କର୍ସ, ତାଲା ଭାଙ୍ଗି ଶ୍ୱଶୂର ଘରେ ପଶିଲେ ବୋହୂ

ସାଲେପୁର ୦୬/୧୨: ଦୀର୍ଘ ୯ଦିନ ହେଲା ନ୍ୟାୟ ପାଇଁ ନିଜ ସ୍ୱାମୀ ଘର ଆଗରେ ବସି ରହିବା ପରେ ଆଜି ତାଲା ଭାଙ୍ଗି ଘରେ ପଶିଛନ୍ତି ସସ୍ମିତା । ଯେହେତୁ ଏତେଦିନ ସଂଘର୍ଷ ପରେ କୌଣସି ନିଷ୍କର୍ଷ ବାହାରିଲାନି । ଏପରିକି ଶ୍ୱଶୁର ଘର ଲୋକେ ଶୁଣୁ ନାହାନ୍ତି କିମ୍ବା ବାସଘରକୁ ଆସୁ ନାହାନ୍ତି । ତେଣୁ ଗେଟ୍ ତାଲା ଭାଙ୍ଗି ଶ୍ୱଶୁର ଘରେ ରହିବେ ।

ଏମିତି କହିଛନ୍ତି କଟକ ଜିଲ୍ଲା ସାଲେପୁର ମାଛୁଆତି ସୁସେନ ମହାରଣାଙ୍କ ଘର ଗେଟ୍ ଆଗରେ ଧାରଣାରେ ବସିଥିବା ତାଙ୍କ ସ୍ତ୍ରୀ ସସ୍ମିତା ମହାରଣା । ସେ କହିଛନ୍ତି ବାହାରେ ବସି ରହିଥିବାରୁ ତାଙ୍କ ଦେହ ଖରାପ ହେଉଛି । ସେ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି ।

ଗତକାଲି ସନ୍ଧ୍ୟାରେ ନିଜ ଦେହରେ କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକମାନେ ଉଧାର କରି ଥିଲେ । ବାଧ୍ୟ ହୋଇ ସେ ତାଲା ଭାଙ୍ଗି ସ୍ୱାମୀଙ୍କ ଘରେ ରହିବେ । ଏନେଇ ସାଲେପୁର ପୋଲିସକୁ ପୂର୍ବରୁ ଲିଖିତ ଜଣେଇଥିଲେ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.