ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ, ୪ ଅଭଯୁକ୍ତ ଗିରଫ

ଭଦ୍ରକ, ୦୬।୧୨: ବିପୁଳ ପରିମାଣର ନକଲି ମଦ ଜବତ । ମଦଗୁଡିକୁ ଅନ୍ୟ ଅଞ୍ଚଳରୁ ପ୍ଲାଷ୍ଟିକ ବୋତଲରେ ଆଣି କାଚ ବୋତଲରେ ପ୍ୟାକିଙ୍ଗ କରି ବିକ୍ରି କରାଯାଉଥିଲା । ଏପରି ନକଲି ମଦ ଚୋରା ଚାଲାଣ ବେଳେ ଚଢ଼ାଉ କରିଛି ଭଦ୍ରକ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ଠାରେ ଏହି ନକଲି ମଦ ବିକ୍ରୀ ହେଉଥିଲା । ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାର୍ଡ ପାଟ୍ରୋଲିଂ ସମୟରେ ନକଲି ମଦ ଚାଲାଣ ନେଇ ଖବର ପାଇଥିଲା ।

ଏହି ସମୟରେ ସହଦେଵ ପୃଷ୍ଟି ନାମକ ବ୍ୟକ୍ତି ପ୍ଲାଷ୍ଟିକ ବୋତଲରେ ନକଲି ମଦ ନେଇ ଯାଉଥିବା ବେଳେ ଅବକାରୀ ବିଭାଗ କର୍ମଚାରିଙ୍କୁ ଦେଖି ମଦ ଛାଡି ପଳାଇଥିଲା । ପରେ ସଂପୃକ୍ତ ବ୍ୟକ୍ତିଙ୍କ ଠିକଣାରୁ ନକଲି ମଦ ସହ ମଦ ବୋତଲ ଓ ଅନ୍ୟ କେତେକ ସାମଗ୍ରୀ ଜବତ ହୋଇଛି । ତେବେ ଫେରାର ସହଦେଵକୁ ଗିରଫ ପାଇଁ ଅବକାରୀ ବିଭାଗ ଚେଷ୍ଟା କରୁଛି । ସେହିଭଳି ଆଉ କେତେକ ସ୍ଥାନରେ ଚୋରା ମଦ ବିକ୍ରି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

nis-ad
Leave A Reply

Your email address will not be published.