ଜନଜାତି କନ୍ଧଗଉଡ଼ ସମାଜ ସେବାସମିତି ର ଜିଲାପାଳଙ୍କୁ ଆବେଦନ ପତ୍ର…

ଫୁଲବାଣୀ :-ସଭାପତି ପ୍ରେମାନନ୍ଦ ମାଝୀଙ୍କ ନେତୃତ୍ୱରେ ଜନଜାତି କନ୍ଧଗଉଡ଼ ସମାଜ ସେବା ସମିତି ଫିରିଙ୍ଗିଆ, ଜିଲ୍ଲା-କନ୍ଧମାଳ, ଜାତି ସଂଗଠନ ତରଫରୁ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ପତ୍ର ପ୍ରଦାନ କରାଯାଇଥିଲା l ଏଥିରେ ଲିଖିତ ଅଛି ଯେ ଆଦିବାସୀ କନ୍ଧଗଉଡ଼ ସଂପ୍ରଦାୟ ମାନଙ୍କର କିଛି ମାତ୍ରା ଲୋକଙ୍କର ସଂପୂର୍ଣ୍ଣ ଭୂମିହିନ ହୋଇ ଅନ୍ୟମାନଙ୍କ ଜାଗାରେ ତ କିଏ ଅନାବାଦି ଜାଗାରେ ବାସଗୃହ କରି ବଞ୍ଚିତ ହୋଇ ଆସୁଥିବାର ଦେଖା ଯାଇଛି l ଏବଂ- କେତେକାଂଶ ଲୋକଙ୍କର ନାମମାତ୍ର ଭୂମି ରହିଅଛି । ଜମିପରିମାଣ ମାତ୍ର ୧୬ଆର୍ ଜମି ଉପରେ ଚାରିପାଞ୍ଚ ଭାଗ ହୋଇ କେବଳ କୁଡ଼ିଆ ଘର କରିଥିବା ଜାଗା ଜମିର ପ୍ରମାଣ ୪ ଆର ରହିଅଛି । ସେଥ୍ ମଧ୍ୟରୁ ଛାଷଜମି ସମ୍ପୂର୍ଣ୍ଣ କିଛିନାହିଁ । କିଛି ଲୋକଙ୍କର ନାମମାତ୍ର ଭୂମିପାଇ ଥିବାର ୧୬ ଆର ମଧ୍ୟରେ ଜାତି କନ୍ଧଗଉଡ଼ ପରିବର୍ତ୍ତେ ଜାତି ଗଉଡ଼ ଭୁଲ୍ ପ୍ରମାଣ ରହିଅଛି । ସେମାନେ ପ୍ରକୃତରେ କନ୍ଧଗଉଡ଼ ଅଟନ୍ତି । ନିମ୍ନ ମାନରେ ଦିଆଯାଇଥିବା ଭୂମିହିନ ମାନଙ୍କୁ ତଦନ୍ତ କରାଯାଇ ଜମି ପ୍ରଦାନ କରାଯିବାପାଇଁ ନିବେଦନ କରୁଅଛୁ । ସଂପ୍ରଦାୟ ଲୋକଙ୍କର ସମସ୍ୟା ଗତ ୧୦.୧୦.୨୦୨୨ ଦିନ ଏ ନେଇ ସଙ୍ଘ ପକ୍ଷରୁ ଆବେଦନ ଆବେଦନ କରାଯାଇଥିଲା l ଭୂମିହିନ ଥିବା ସଦସ୍ୟ ସଦସ୍ୟାଙ୍କ ନାମ, ଗ୍ରାମ ଓ ଠିକଣା ଦେବାପାଇଁ ପ୍ରଶାସନ ପକ୍ଷରୁ ଉତ୍ତର ମିଳିଥିଲା । ବର୍ତ୍ତମାନ ସଂଗଠନ ତରଫରୁ ଭୂମିହିନ ହୋଇଥିବା ସଦସ୍ୟ ସଦସ୍ୟଙ୍କ ନାମ ଗ୍ରାମ ଠିକଣା ସଲଗ୍ନ କରି ସମସ୍ୟାର ସମାଧାନ ନିମନ୍ତେ ଆବେଦନ କରାଯାଇଛି ଏବଂ ସଂଗଠନର ଗୋଷ୍ଠିଗତ ସଭାଗୃହ ଟିଏ ନଥିବାରୁ ବହୁ ଅସୁବିଧା ସମୁଖୀନ ହେବାକୁ ପଡୁଛି ବୋଲି ମଧ୍ୟ ଲିଖିତ ଆବେଦନ କରିଛନ୍ତି । ଆଦିବାସୀ ଉନ୍ନୟନ ସଂସ୍ଥାଦ୍ଵାରା, ଜନଜାତି କନ୍ଧଗଉଡ଼ କଲ୍ୟାଣ ମଣ୍ଡପ ସଭାଗୃହ ମଞ୍ଜୁର ପ୍ରଦାନ କରି ଜାତି ସମାଜ ସଂଗଠନ ମୁଖ୍ୟ କାର୍ଯ୍ୟଳୟ ମଣିପଦର ଗ୍ରାମଠାରେ କରାଯିବା ପାଇଁ ଅନୁରୋଧ କରିଛନ୍ତି । ସଂଗଠନର ଉପଦେଷ୍ଟା ତଥା ଆଇନଜିବୀ ସତ୍ୟ ନାରାୟଣ ବେହେରାଙ୍କ ସମେତ ଉପସଭାପତି ପ୍ରଦୀପ କୁମାର ନାୟକ, ସାଧାରଣ ସମ୍ପାଦକ ବିଭୀଷଣ ମାଝୀଙ୍କ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.