ପାଚିକା ମାନଙ୍କ ୮ ଦଫା ଦାବି ନେଇ ବିଶାଳ ରେଲି ସହିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯାଳୟ ସମ୍ମୁଖରେ ଅନଶନ…


ଉମରକୋଟ : ଉମରକୋଟରେ ପ୍ରାୟ ଦୁଇ ସପ୍ତାହ ରୁ ଉର୍ଦ୍ଧ ହେବ ଆଙ୍ଗନ ବାଡ଼ି କାର୍ଯ୍ୟରତ କର୍ମୀ ମାନେ ବିଶାଳ ରାଲି କରି ବନ୍ଦେ ମାତରମ ସ୍ଲୋଗାନ ଓ ସରକାର ତମେ ଆମର ଦାବି ମାନି ନିଅ କହି ବିଡ଼ିଓ ଅଫିସ ଆଗରେ ଧାରଣା ଦେଇ ଛନ୍ତି lବହୁ ଦିନ ଧରି ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ ଓଡ଼ିଶା ଅଙ୍ଗନୱାଡି ଲେଡ଼ିଜ ୱାରକର୍ସ ଆସୋସିଏସନ ତରଫରୁ 8ଦଫା ଦାବି ନେଇ ଭୁବନେଶ୍ୱର ପି ଏମ ଜୀ ରୋଡ ରେ ଅନଶନ ବସିଥିଲେ, କିନ୍ତୁ ସରକାର ଏମାନଙ୍କ କୌଣସି ଦାବିକୁ କର୍ଣ୍ଣ ପାତ ନ କରି ଓ ଦାବି ଅମାନ୍ୟ କରିବାରୁ ,23-11-2022 ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳପାଇ କଲମ ଛାଡ଼ କରି ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି, ସରକାର ଦାବି ନ ମାନିବା ଯାଏଁ ଅନଶନରୁ ଓହରିବେ ନାହିଁ ବୋଲି ସଂଘ ତରଫରୁ ଚେତାବନୀ ଦେଇଛନ୍ତି,
ସୂଚନା ପ୍ରକାରେ ଅଦ୍ୟ ଇଂ -ତା 5–12–2022ରିଖରେ ଉମରକୋଟ ବ୍ଲକର ସମସ୍ତ ଅଙ୍ଗନୱାଡି କର୍ମୀ, ଏବଂ ପାଚିକା ମାନେ ଏକତ୍ରିତ ହୋଇ ଉମରକୋଟ ଡ଼ି. ଏନ କେ. ଡାକ ବଙ୍ଗଳା ଠାରୁ ରେଲି ବାହାରି ସରକାରଙ୍କ ଉଦ୍ଦେଶରେ 8ଦଫା ଦାବି ମାନି ନିଅ ନ ମାନିଲେ ଲଢ଼ାଇ ହେବ ବଲି ସ୍ଲୋଗାନ ଦେଇ, ବ୍ଲକ ଅଫିସ ପହଂଚି ସରକାରଙ୍କ ଉଦ୍ଦେଶରେ ବିଡିଓ ମହାଶୟଙ୍କୁ ଏକ ଦାବି ପତ୍ର ପ୍ରଦାନ କରିବା ସହିତ ଶିଶୁ ବିକାଶ ପ୍ରକଳ୍ପ ମହାଶୟାଙ୍କୁ ଦାବିପତ୍ର ପ୍ରଦାନ କରିବା ସହିତ, ଅଫିସ ସାମ୍ନାରେ ଅନଶନରେ ବସିଛନ୍ତି,ଉମରକୋଟ ବ୍ଲକର ଅଲ ଓଡିଶା ଅଙ୍ଗନୱାଡି ଲେଡିସ ୱାର୍କରସ ଆସୋସିଏସନ ସଭାନେତ୍ରୀ ଶ୍ରୀମତୀ ଅରୁଣଦୁତି ପଟ୍ଟନାୟକ, ଏବଂ ସଂପାଦିକା ଶ୍ରୀମତୀ ଅର୍ଚନା ରାୟ , ସଂଘର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ଏବଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସରକାର ଦାବି ନ ମାନିବା ପର୍ଯ୍ୟନ୍ତ କୌଣସି କାର୍ଯରେ ଯୋଗଦାନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.