କନ୍ଧମାଳ ଜିଲ୍ଲାରେ ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ ନେଇ ବିଭାଗୀୟ ତତ୍ପରତା…

ଫୁଲବାଣୀ :- କନ୍ଧମାଳ ଜିଲ୍ଳା ଫୁଲବାଣୀ ସାମ୍ବାଦିକ ଭବନ ଠାରେ ମହିଳା ଜୀବିକା ସୁରକ୍ଷା ମଞ୍ଚ କନ୍ଧମାଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା l ସଂଗଠନ ପକ୍ଷରୁ କିଛି ଦାବୀ କରାଯାଇ ଥିଲା l କନ୍ଧମାଳ ଜିଲ୍ଲାରେ କୋଭିଡ ମହାମାରୀ ସମୟରେ ପିଲାମାନଙ୍କର ପାଠ ପଢା ବ୍ୟାହତ ହୋଇଥିଲା । ତେଣୁ ସେମାନଙ୍କର ଶିକ୍ଷା ବ୍ଯବଧାନକୁ ରୋକିବା ପାଇଁ ରାଜ୍ୟ ସରକାର ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ (ଏଲଆରପି) ଲାଗୁ କରିଛନ୍ତି। କିନ୍ତୁ ନିକଟରେ କନ୍ଧମାଳ ଜିଲ୍ଲାର ଲୋକ ସଂଗଠନ,ମହିଳା ଜିବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଜିଲ୍ଲା ସରକାରୀ ବିଦ୍ୟାଳୟରେ ଏହି ଯୋଜନାର କାର୍ଯ୍ୟନ୍ଵୟନ ସ୍ଥିତିକୁ ନେଇ ନିକଟରେ ହୋଇଥିବା ଏକ ଫ୍ୟାକ୍ଟ-ଫାଇଣ୍ଡିଂ ରିପୋର୍ଟରୁ ଜଣାପଡିଛି ଯେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭାଗୀୟ ତତ୍ପରତା ଜରୁରୀ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର କର୍ମକର୍ତା ମାନେ ଦାବି କରିଛନ୍ତି।ପକ୍ଷରୁ ଜିଲ୍ଲାର ୮ଟି ବ୍ଲକର ୬୪୯ ଜଣ ପିଲାଙ୍କୁ ନେଇ କରାଯାଇ ଥିବା ଏହି ଅଧ୍ୟୟନ ଆରଇଉ ଜଣାପଡିଛି ଯେ ପାଖାପାଖୁ ୨.୪ ପ୍ରତିଶତ ପିଲା ଏଲଆରପି ବିଷୟରେ ଜାଣି ନ ଥିବା ବେଳେ ୩ ପ୍ରତିଶତ ପିଲା ବେସ୍ଲାଇନ ପରୀକ୍ଷା ଦେଇନାହାନ୍ତି। ସେହିପରି ୧.୫ ପ୍ରତିଶତ ପିଲାଙ୍କ କହିବାନୁସାରେ ଏଲଆରପି ପାଠ୍ୟକ୍ରମ ଆରମ୍ଭ ହୋଇନଥିବା ବେଳେ ଅନେକ ପିଲା ଏଲଆରପି ପୁସ୍ତକ ଏପର୍ଯ୍ୟନ୍ତ ପାଇନାହାନ୍ତି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ଶିକ୍ଷା ପୁନରୁଦ୍ଧାର କାର୍ଯ୍ୟକ୍ରମ (ଏଲଆରପି) ର ସୁବିଧା କେମିତି ସବୁ ପିଲାଙ୍କ ପାଖରେ ପହଞ୍ଚିବ, ସେଥିପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସଂଗଠନର ଜିଲ୍ଲାମୁଖ୍ୟ ଅଞ୍ଜନ ପ୍ରଧାନ କହିଛନ୍ତି l ବ୍ଳକ ସଂଯୋଜିକା ଭାରତୀ ରାଓ, ରୁଦ୍ର ବିନ୍ଧାଣୀ, ଗୋଲାପ ରଣା, ତୃପ୍ତି ରାଣୀ ବେହେରା ,ମାନିନୀ ବେହେରା, ସରପଞ୍ଚ କୌଶଲ୍ୟା କହଁର,ନମିତା ମାଲିକ, ନାୟବ ସରପଞ୍ଚ ସଞ୍ଜୀବ କୁମାର ଦିଗାଲ,ବିରାଜ କହଁର, ବ୍ଲକ୍ ଚେୟାରମ୍ୟାନ ସସ୍ମିତା କହଁର, କେରେଡି ସରପଞ୍ଚ, ଗଞ୍ଜୁଗୁଡା ସରପଞ୍ଚ ଆଲୋକ କହଁର ପ୍ରମୁଖ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.