ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ…


ବୁଗୁଡ଼ା : ତା ୦୫/୧୨/୨୨ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଦର୍ଶନୀରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ଖେଳନା ଓ ପ୍ରଯୁକ୍ତି ବିଷୟବସ୍ତୁ ଉପରେ ମୋଟ ୯୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଏଥିରେ ବିଚାରକ ଭାବେ ମାଣିତରା କଲେଜର ଅଧ୍ୟାପକ ମନୋରଞ୍ଜନ ମୁଦୁଲି ଓ ଅଧ୍ୟାପିକା ପ୍ରଜ୍ଞା ପାରମିତା ସାହୁ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ । ବରିଷ୍ଠ ବର୍ଗରେ ଅନ୍ତରପଡା ହାଇସ୍କୁଲର ସ୍ବସ୍ତିକ ସ୍ବରାଜ ଶତପଥି ଓ ଭାମଶ୍ୟାଳି ହାଇସ୍କୁଲର ନିଶିରାଣୀ ମିଶ୍ର ଏବଂ କନିଷ୍ଠ ବର୍ଗରେ ପିପୁଲ୍ସ ହାଇସ୍କୁଲର ଅଶ୍ବିନୀ କୁମାର ନାୟକ ଓ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ଶିବାନୀ ନାୟକ ପ୍ରମୁଖ କୃତି ପ୍ରତିଯୋଗୀମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ନିମନ୍ତେ ମନୋନୀତ ହୋଇଥିଲେ । ଉକ୍ତ ପ୍ରଦର୍ଶନୀର ଉଦଘାଟନ ଉତ୍ସବରେ ବିଜ୍ଞାନ ମେଳା ସଂଗଠନ ସମ୍ପାଦକ ପ୍ରଶାନ୍ତ କୁମାର ଗୌଡ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା କେ.ପ୍ରିୟଦର୍ଶନୀ ଆଚାରୀ , ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ , ଏନଏସି ଅଧକ୍ଷ ଚିତ୍ରସେନ ପ୍ରଧାନ , ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , ସାଂସଦ ପ୍ରତିନିଧି ବସନ୍ତ କୁମାର ଦଳେଇ ,

କାଉନସିଲର ବିନୋଦିନୀ ନାୟକ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ସହ ଉତ୍ସାହିତ କରିଥିଲେ । ସେହିପରି ଉଦଯାପନୀ ଉତ୍ସବରେ ବିଇଓ କବିବର ପ୍ରଧାନ ଅଧ୍ଯକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସୁଦେବ ନାୟକ , ମୁଖ୍ୟ ବକ୍ତା ଭାବେ ଆଇଆଇସି ଚିତ୍ତ ରଞ୍ଜନ ବେହେରା , ସମ୍ମାନିତ ଅତିଥି ଭାବେ ଏବିଇଓ ସିମାଞ୍ଚଳ ସେଠୀ , ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ଶିଶୁ ବିଜ୍ଞାନୀଙ୍କୁ ମାର୍ଗ ଦର୍ଶନ ସହ ପୁରସ୍କୃତ କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ଭାରତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲ

nis-ad
Leave A Reply

Your email address will not be published.