ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୦୫।୧୨ : ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସାଲିଆସାହିରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରେମୀ ଯୁଗଳଙ୍କ ନାମ ହେଲା ଚିତ୍ରସେନ ଗୌଡ ଓ ପି.ବର୍ଷା ରେଡ୍ଡୀ ବୋଲି ଜଣାପଡିଛି । ଯୁବକଙ୍କ ଘର ବିଜୟଓ୍ୱାଡା ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଭୁବନେଶ୍ୱର ସାଲିଆସାହିରେ ମାଧବ ରେଡ୍ଡି ଓ ତାଙ୍କ ପତ୍ନୀ ରହୁଥିଲେ । ସେ ରବିବାର କାମ କରିବାକୁ ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ୧୬ ବର୍ଷର ଝିଅ ବର୍ଷା ଏକୁଟିଆ ରହୁଥିଲେ । ଏହାପରେ କାମ ସାରି ଘରକୁ ଫେରିବା ବେଳେ ବର୍ଷା ଓ ଚିତ୍ରସେନଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ତଦନ୍ତରୁ ଉଭୟ ପ୍ରେମୀ ଯୁଗଳ ବୋଲି ଜଣାପଡିଛି ।

ତେବେ ଉଭୟ ପ୍ରେମୀ ଯୁଗଳ କଣ ପାଇଁ ଆତ୍ମହତ୍ୟା  କରିଲେ । ସେନେଇ ତଦନ୍ତ କରୁଛି ପୋଲିସ । ପୋଷ୍ଟ ମର୍ଟମ ରିପୋର୍ଟ ପରେ ସବୁ କଥା ଜଣାପଡିବ ବୋଲି ଆଶା କରାଯାଉଛି ।

nis-ad
Leave A Reply

Your email address will not be published.