ତହସିଲଦାରଙ୍କୁ ଠେଲାପେଲା ସହ ମାଡ, ମେଡିକାଲରେ ଭର୍ତ୍ତି

ବାଲିପାଟଣା ୦୫।୧୨ : ତହସିଲଦାରଙ୍କୁ ଆକ୍ରମଣ । ବାଲିପାଟଣା ତହସିଲଦାର ଆହତ । ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବେଆଇନ୍‌ ଭାବେ ବାଲି ଚାଲାଣ ବେଳେ ଟ୍ରକକୁ ଜବତ କରିବା ସମୟରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ସୋମବାର ସକାଳେ ବାଲିପାଟଣା ତହସିଲ ପକ୍ଷରୁ ବାଲି ଟ୍ରକ ଯାଞ୍ଚ କରାଯାଉଥିଲା । ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ ଦ୍ରୁତ ଗତିରେ ଚାଲିଯାଇଥିଲା । ବାଲିପାଟଣା ତହସିଲଦାର ମୃତ୍ୟୁଞ୍ଜୟ ତ୍ରିପାଠୀ ଏବଂ ତହସିଲ କର୍ମଚାରୀ ଟ୍ରକୁ ପିଛା କରି ଧାନହରା ଛକ ନିକଟରେ ଅଟକାଇଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ( ଟ୍ରକ୍‌ ମାଲିକ) ତହସିଲଦାରଙ୍କୁ ଘେରି ଅଶ୍ଲିଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାପରେ ଆଉ କିଛି ଦୁର୍ବୃତ୍ତ ଆସି ତହସିଲଦାରଙ୍କୁ ଠେଲାପେଲା କରିବା ସହ ମାଡ ମାରିଥିଲେ । ଯାହାଫଳରେ ତହସିଲଦାର ଆହତ ହୋଇଛନ୍ତି ।

ସେପଟେ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ତହସିଲଦାର ଉକ୍ତ ହାଇଓ୍ୱାକୁ ଜବତ କରିବା ସହ ଖୋଳତାଡ଼ ଜାରି ରଖିଛନ୍ତି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.