ବୁଦ୍ଧଖୋଲ ମହୋତ୍ସବ ପାଇଁ ଦ୍ବିତୀୟ ପ୍ରସ୍ତୁତି ବୈଠକ

ବୁଗୁଡ଼ା : ଆସନ୍ତା ବର୍ଷ ଜାନୁଆରୀ ମାସ ୨୭ରୁ ୨୯ ପର୍ଯ୍ୟନ୍ତ ହେବାକୁ ଥିବା ବୁଦ୍ଧଖୋଲ ମହୋତ୍ସବ ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତିର ଉପଦେଷ୍ଟା କବିରାଜ ଗୌଡଙ୍କ ଅଧ୍ଯକ୍ଷତାରେ ଦ୍ବିତୀୟ ପ୍ରସ୍ତୁତି ବୈଠକ ବୁଦ୍ଧଖୋଲ ପାଦଦେଶସ୍ଥ ଓଟିଡିସି ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ମହୋତ୍ସବର ସଫଳ ରୂପାୟନ ପାଇଁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ମହୋତ୍ସବ କାଳରେ ଯାନବାହାନ ପାର୍କିଂ ବ୍ଯବସ୍ଥା , କଳାକାରମାନଙ୍କ ରହଣି ବନ୍ଦୋବସ୍ତ , ପ୍ରତିଭା ଚୟନ ଓ ସମ୍ବର୍ଦ୍ଧନା , ଆଲୋକ ଓ ମଞ୍ଚସଜ୍ଜା ସହ ପରିଚାଳନା , ଖାଦ୍ୟପେୟର ବ୍ଯବସ୍ଥା , କଳା ଓ ସାଂସ୍କୃତିକ ସଂସ୍ଥା ସହ ଯୋଗାଯୋଗ , ପୋଲିସ୍ ଓ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ଏଗୁଡିକର ସମ୍ପାଦନ ପାଇଁ ଦାୟିତ୍ବ ବଣ୍ଟନ ନିମନ୍ତେ ସ୍ଥିର କରାଯାଇଥିଲା । ବୁଦ୍ଧଖୋଲ ଉନ୍ନୟନ ସମିତିର ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନିର୍ଦ୍ଦେଶରେ ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ସମ୍ପାଦନ ନିମନ୍ତେ ସ୍ଥିର କରାଯାଇଥିଲା ।

nis-ad
Leave A Reply

Your email address will not be published.