ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ଦେହାବସାନରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକମେଳାର ଶୋକ

ବ୍ରହ୍ମପୁର : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓ ଗଞ୍ଜାମ ଜିଲ୍ଲା ପୁସ୍ତକ ମେଳା ତରଫରୁ ଗୋସାଣୀ ନୂଆଗାଁ ସ୍ଥିତ ପୁସ୍ତକ ମେଳା କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟବିଭାଗ ପ୍ରାକ୍ତନ ପ୍ରଫେସର୍ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଙ୍କ ବିୟୋଗରେ ଏ କ ଶୋକସଭା ଅନୁଷ୍ଟିତ ହୋଇଯାଇଛି । ସାହିତ୍ୟ ପରିଷଦର ଜିଲ୍ଲା ସଂଯୋଜକ ତଥା ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ପ୍ରାକ୍ତନ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଶୋକସଭାରେ ପ୍ରଫେସର ଆଚାର୍ଯ୍ୟଙ୍କ ସାରସ୍ଵତ ପ୍ରତିଭା, ସାହିତ୍ୟ କୃତି ଅଧ୍ୟାପନା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଯୋଗଦାନ କରୁଥିବା ବିବିଧ ସ୍ମୃତି ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସହ ଦିବଂଗତ ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶୋକ ସଭାରେ ସହ ସମ୍ପାଦକ ଗୋପାଳ କୃଷ୍ଣ ପାଢ଼ୀ, ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା, ଭବାନୀ ଶଙ୍କର ପାଣିଗ୍ରାହୀ, ଶ୍ରୀ ଦେବୀ ପ୍ରସାଦ ମହାପାତ୍ର, ଶ୍ରୀ କେଶବ ନାୟକ, କିଶୋର ଚନ୍ଦ୍ର ସ୍ୱାଇଁ, କୃଷ୍ଣ ଚନ୍ଦ୍ର ପଣ୍ଡା, ଚିତ୍ତରଞ୍ଜନ ପଣ୍ଡା, ଗୌରୀ ଶଙ୍କର ପଟ୍ଟନାୟକ, ସୁବାସ ଚନ୍ଦ୍ର ପଟ୍ଟନାୟକ, ସଞ୍ଜୟ କୁମାର ପାଳ, ପୁର୍ଣ୍ଣ ଚନ୍ଦ୍ର ଆଚାର୍ଯ୍ୟ , ଭବାନୀଶଙ୍କର ମିଶ୍ର, ବାସୁଦେବ ରଥ, ସିମଞ୍ଚଳ ବିଷୋୟୀ ପ୍ରମୁଖ ତାଙ୍କ କୃତି ଓ ବିବିଧ ସ୍ମୃତି ଓଡ଼ିଆକାବ୍ୟ କୌଶଳ, ଚିତ୍ରଲେଖା, ଓ ସମାଲୋଚନା ପୁସ୍ତକ ର ଲେଖା ଉପରେ ସ୍ମୃତି ଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଧ୍ୟକ୍ଷ ଡ଼, ପାଣିଗ୍ରାହି ବିବିଧ ଳେଖା ଉପରେ ଆଲୋଚନା ପୂର୍ବକ ସାର୍ଙ୍କ ପାଠ ପଢା ସମୟର ସ୍ମୃତି ଗୁଡିକୁ ସାଉଁଟି ଶୋକ ପ୍ରସ୍ତାବ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.