ବ୍ଲକ ସ୍ତରୀୟ ସର୍ଗିଫୁଲ୍ ପ୍ରତିଯୋଗିତା ଅନୁଷ୍ଠିତ

ଫୁଲବାଣୀ : ବ୍ଲକ ସ୍ତରୀୟ ସର୍ଗିଫୁଲ୍ ପ୍ରତିଯୋଗିତା ଫୁଲବାଣୀ ବ୍ଳକ ଅନ୍ତର୍ଗତ ଦିନାର ସିଂ ବରିଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡି ଦବ୍ଲ୍ଯୁ ଓ ସୀମାଞ୍ଚଳ ବେହେରା ଯୋଗଦେଇ କାର୍ଯ୍ୟକ୍ରମର ମହତ୍ତ୍ଵ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏଥିରେ ଫୁଲବାଣୀ ବ୍ଲକର ସର୍ବ ମୋଟ ୧୩ ଟି (SSD) ସ୍କୁଲ ଭାଗ ନେଇଥିଲେ । ଏଥିରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା କୁଇଜ୍, ଡିବେଟ୍, ସଙ୍ଗୀତ, ନୃତ୍ୟ,ଚିତ୍ରାଙ୍କନ ଏବଂ ତନ୍ମଧ୍ୟରୁ ନୃତ୍ୟ ପ୍ରତିଯୋଗିତା ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ଥିଲା । ଗୋଷ୍ଠୀ ଲୋକ ନୃତ୍ୟ ପ୍ରତିଯୋଗିତାରେ (SSD) ବେଲପଦର୍ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । (SSD) ପିଶୁ ପଦର ଉଚ୍ଚ ବିଦ୍ୟାଳୟ ଦିତୀୟ ସ୍ଥାନ, ପକନା ଗାଁ ଉଚ୍ଚ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ରାଜା ସାର ଓ ସିପୁନସାରଙ୍କ ମିଳିତ ଉଦ୍ୟମ ରେ (SSD) ବେଲପଦର ବାଳିକା ଉଚ୍ଚ ବିଦ୍ୟାଳୟ ଅତି ଆକର୍ଷଣିୟ ନୃତ୍ୟ ପ୍ରଦର୍ଶନ କରି ଜିଲ୍ଲାସ୍ତରକୁ ମନୋନିତ ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମକୁ ଡବ୍ଲ୍ଯୁଇ ଓ ପ୍ରଣବ କୁମାର ପରିଡା ଆୟୋଜନ କରିଥିଲେ l

nis-ad
Leave A Reply

Your email address will not be published.