ତତସତ୍ ସୁବୁଦ୍ଧିଙ୍କୁ ଗଜପତି ଜିଲ୍ଲା ଯୁବ କଂଗ୍ରେସ ପ୍ରଭାରି ଦାୟିତ୍ୱ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଯୁବ କଂଗ୍ରେସର ସଂଗଠନକୁ ସୁଦୃଢ କରିବା ପାଇଁ ଗତକାଲି ଓଡ଼ିଶା ପ୍ରଦେଶ ଯୁବ ସଭାପତି ଡ଼ଃ ସ୍ମୃତି ରଞ୍ଜନ ଲେଙ୍କା ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପ୍ରଭାରୀ ମିଲଣ୍ଡ ଗୌତମ ଓ ସହ ପ୍ରଭାରୀ ଅଭିନବ ସିଦ୍ଧାର୍ଥ ଭଗତଙ୍କ ଅନୁମଦନ କ୍ରମେ ବ୍ରହ୍ମପୁରର ଯୁବ କଂଗ୍ରେସ ନେତା ତତସତ୍ ସୁବୁଦ୍ଧିଙ୍କୁ ଗଜପତି ଜିଲ୍ଲା ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି । ପ୍ରକାଶ ଥାଉକି ତତସତ୍ ସୁବୁଦ୍ଧି ପୁର୍ବରୁ ଛାତ୍ର କଂଗ୍ରେସର ରାଜ୍ୟ ସମ୍ପାଦକ ଓ ମୁଖପାତ୍ର ଭାବେ ଦାୟିତ୍ଵ ତୁଲାଇବା ସହ ନିକଟ ଅତୀତରେ ବ୍ରହ୍ମପୁର ନଗର ନିଗମ ନିର୍ବାଚନରେ ୪୨ ନଂ ୱାର୍ଡ଼ ରୁ ଜାତୀୟ କଂଗ୍ରେସର ପ୍ରାର୍ଥୀ ହୋଇ ଥିଲେ । ପ୍ରଭାରୀ ଭାବେ ମନୋନୀତ ହେବା ପରେ ଶ୍ରୀ ସୁବୁଦ୍ଧି ନିଜ ପ୍ରତିକ୍ରିୟାରେ ଶୀର୍ଷ ନେତୃତ୍ଵଙ୍କୁ ଧନ୍ୟବାଦ୍ ଦେବା ସହ ରାଜ୍ୟ ସଭାପତି ଡଃ ସ୍ମୃତି ରଞ୍ଜନ ଲେଙ୍କା ଓ ରାଜ୍ୟ ଯୁବ କଂଗ୍ରେସର ସାଧାରଣ ସଂପାଦକ (ସଂଗଠନ) ଜ୍ଞାନ ରଞ୍ଜନ ରାଉତଙ୍କୁ କୃତଙ୍କା ଜଣେଇଛନ୍ତି ଓ ଗଜପତି ଜିଲ୍ଲାର ବେରୋଜଗାର ଯୁବକ ଯୁବତୀଙ୍କ ସ୍ୱର ହେବା ସହ ଜିଲ୍ଲାର ସମସ୍ତ ଅବେହେଳିତ ଆଦିବାସୀ , ପଛୁଆ ବର୍ଗ ଓ ସାଧାରଣ ଜନସାଧାରଣଙ୍କ ହକ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଲଢେ଼ଇ କରିବେ ବୋଲି ନିଜ ପ୍ରତିକ୍ରିୟା କହିଛନ୍ତି ।

nis-ad
Leave A Reply

Your email address will not be published.