ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଆନନ୍ଦପୁର ୦୨/୧୨: ଶୋଇବା ଘରେ ଦଉଡ଼ିରେ ଫାସି ଦେଇ ମହିଳା ମୃତ। ମହିଳାଙ୍କ ବାପ ଘର ଲୋକ ଆଣିଲେ ହତ୍ୟା ଅଭିଯୋଗ। ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା  ଅତା ଗାଁରେ ଲକ୍ଷ୍ମୀରାଣୀ  ଏପରି ଅଭାବନୀୟ ଘଟଣା ହୋଇଛି। ଲକ୍ଷ୍ମୀରାଣୀ ପାଗଳ ନାମକ ମହିଳାଙ୍କ ମୃତଦେହକୁ ପୋଲିସ ଶୋଇବା ଘରୁ ଉଦ୍ଧାର କରିଛି। ଖବର ଅନୁସାରେ, ୧୫ ବର୍ଷ ପୂର୍ବେ  ଲକ୍ଷ୍ମୀ ନନ୍ଦକିଶୋରଙ୍କୁ ବାହା ହୋଇଥିଲେ। ବହୁଦିନ ଧରି ଶାଶୁଘର ଲୋକେ ଲକ୍ଷ୍ମୀଙ୍କୁ ହଇରାଣ କରୁଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି।

ଗତକାଲି ବା ଗୁରୁବାର ଲକ୍ଷ୍ମୀଙ୍କ ଆତ୍ମହତ୍ୟା ଖବର ପାଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୋଲିସ ଉପସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇ ଆନନ୍ଦପୁର ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇଛି। ସେପଟେ  ଏନେଇ ନନ୍ଦକିଶୋରକୁ ପୋଲିସ୍ ଅଟକ ରଖି ଅଧିକ ପଚରାଉଚରା କରୁଛି। 

nis-ad
Leave A Reply

Your email address will not be published.